ସୁନ୍ଦରଗଡ଼ ରେ ‘ମୋ ଜଙ୍ଗଲ ଜମି ଯୋଜନା ‘ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

5

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ସ୍ଥାନୀୟ ବିକାଶ ପରିସରରେ ମୋ ଜଙ୍ଗଲ ଜମି ଯୋଜନା ଅନ୍ତର୍ଗତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରାଧିକରଣ, ସୁନ୍ଦରଗଡ଼ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମୋ ଜଙ୍ଗଲ ଜମି ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ଅଧିକାର ଆଇନ ର କାର୍ଯ୍ୟକାରିତା କୁ ତ୍ୱରାନ୍ୱିତ କରିବା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ଅଧିବାସୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ଅର୍ଥନୈତିକ ବିକାଶ କୁ ସୁନିଶ୍ଚିତ କରିବା।
ଏହି କର୍ମଶାଳା ରେ ମୋ ଜଙ୍ଗଲ ଜମି ଯୋଜନା ର କାର୍ଯ୍ୟକାରିତା କରୁଥିବା ପ୍ରମୁଖ ବିଭାଗ ଯଥା – ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷା, ବିଭିନ୍ନ କ୍ଷେତ୍ର ରେ ଥିବା ସମସ୍ୟା, ଅସୁବିଧା ଆଦି ର ସମାଧାନ, ଏହି ଆଇନ କୁ ଅଧିକ ରୁ ଅଧିକତର ଲୋକାଭିମୁଖୀ କରିବା, ଅନୁସୂଚିତ ଜନଜାତି ତଥା ପାରମ୍ପରିକ ଭାବେ ଜଙ୍ଗଲ ରେ ବସବାସ କରୁଥିବା ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ରେ ଅଧିକାର ସହିତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ପ୍ରଦାନ କରିବା ଓ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଆଦି ରେ ଅନ୍ତର୍ଭୁକ୍ତ କରିବା ସହ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା, ସେମାନଙ୍କର ସଂସ୍କୃତି, ପରମ୍ପରା ର ସଂରକ୍ଷଣ , ଜଙ୍ଗଲ ସମ୍ବଳ ଆଦି ର ସଂରକ୍ଷଣ, ସେମାନଙ୍କୁ ଜୀବିକା ଯୋଗାଇବା ରେ ସହାୟକ ହେବା ତଥା ସେମାନଙ୍କ ଜୀବନ ଧାରଣ ର ମାନ ରେ ଉନ୍ନତି ଆଣିବା ଆଦି ଉପରେ ଆଲୋଚନା କରାଯାଇଥିଲା।
ସେହିଭଳି ଏହି ଯୋଜନା ର ସଫଳ ରୂପାୟନ ନିମନ୍ତେ ଉପରୋକ୍ତ ତିନି ଗୋଟି ବିଭାଗ ମଧ୍ୟରେ ସର୍ବଦା ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏହା ସହିତ ଏହି ଅଧିକାରୀ ଓ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଜଙ୍ଗଲ ଜମି ନିମନ୍ତେ ଆସିଥିବା ଆବେଦନ ଗୁଡ଼ିକ ଭଲ ଭାବେ ଯାଞ୍ଚ କରିବା ଏବଂ ଯୋଗ୍ୟ ଜନଜାତି ଏବଂ ପାରମ୍ପରିକ ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ରେ ବାସ କରିବା ତଥା ଚାଷ କରିବାର ଅଧିକାର ପ୍ରଦାନ କରାଯିବା ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ଚିହ୍ନଟ କରାଯାଇଥିବା ସମସ୍ତ ଜଙ୍ଗଲ ଗ୍ରାମ/ ଅଣ ସର୍ବେକ୍ଷଣ ବସତି କୁ ରାଜସ୍ବ ଗ୍ରାମ ରେ ପରିଣତ କରାଯିବାକୁ ତଥା ଭିତ୍ତିଭୂମି ର ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମ ରେ ପରେ ପରେ କ୍ଷେତ୍ର କର୍ମଚାରୀ ମାନଂକ ସହ ଖୋଲା ଆଲୋଚନା କରାଯାଇଥିଲା ଏବଂ ଯୋଜନା ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ସଦର, ପାନପୋଷ ଓ ବଣାଇ ର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଶ୍ରୀ ବିଜୟ ନାୟକ, ଶ୍ରୀ ସୁରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦମୟନ୍ତୀ ନାୟକ, ସମସ୍ତ ତହସିଲଦାର , ଜଙ୍ଗଲ ବିଭାଗ ର ଅଧିକାରୀ, ରେଞ୍ଜର , ସେଚ୍ଛାସେବି ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.