ପଦ୍ମପୁର :- ଅଗଷ୍ଟ ୧ ତାରିଖରେ, ସମ୍ବଲପୁରି ଦିନ ପଦ୍ମପୁର ଟାଉନ ହଲରେ ବିଶେଷ ଉତ୍ସାହର ସହ ପାଳିତ ହୋଇଥିଲା। ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ଯକାର ଅଶୋକ ବହିଦାର, କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ ବିଭୁତି ପଟନାୟକ, କବି ଅଧିକାରୀ ସା, ରମଣୀରଞ୍ଜନ ବିଶ୍ବାଲ, ଭୀଷ୍ମଦେବ ସାହୂ, ଅବନିକାନ୍ତ ସାହୁ, ଆଖଣ୍ତଳ ଦାସ, ନରୋତ୍ତମ ଦାସ, ସ୍ବର୍ଗତ ମନରଞ୍ଜନ ସାହୂ, ଯୁବ କବି ପୌଲସ୍ତି ସାହା, ଗାଳ୍ପିକ ଶୁଶ୍ରୀ ଜିତେଶ୍ବରୀ, ପ୍ରଭାତ ସାହୁ ଉପସ୍ଥିତ ଥିଲେ।ଏହି ଅନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ, ସମ୍ବଲପୁରୀ ସାହିତ୍ୟ, ସଂସ୍କୃତି, ସଂଗୀତ ଓ କଳାର ପ୍ରସାର ଓ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ସାମାଜିକ, ସାହିତ୍ୟ ଓ ସଂସ୍କୃତିକ ମଣ୍ଡଳର ବିଭିନ୍ନ ବ୍ୟକ୍ତିତ୍ୱ ତାଙ୍କର ଅଭିଭାଷଣ ରେ ସମ୍ବଲପୁରୀ ସଂସ୍କୃତିର ଗୌରବ ବିଷୟରେ ଉଲ୍ଲେଖ କରିଥିଲେ ଓ ସମ୍ବଲପୁରୀ ସଂସ୍କୃତିକ ଅବଦାନର ସ୍ମୃତିରେ ସମ୍ମାନ ଦେଇଥିଲେ। ଏହି ଅବସରରେ ସଂଗୀତ ଓ କବିତାର ପାଠ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ ଆନନ୍ଦ ଓ ପ୍ରେରଣା ଦେଇଥିଲା। ନାଟ୍ୟାନୁଷ୍ଠାନର ମାଧ୍ୟମରେ ସମ୍ବଲପୁରୀ ଜୀବନର ଦୃଶ୍ୟମାନ ଓ ଅଦୃଶ୍ୟ ଦିଗକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ଆୟୋଜନ ସମ୍ବଲପୁରୀ ସଂସ୍କୃତିର ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି କରିବା ଏବଂ ଏହି ସଂସ୍କୃତିକୁ ଆଗକୁ ବଢ଼ାଇବାରେ ଏକ ପଦକ୍ଷେପ ଭାବେ ପରିଣତ ହୋଇଛି।
Sign in
Sign in
Recover your password.
A password will be e-mailed to you.