ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନବ ପଲ୍ଲବ ” ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ସାଂସ୍କୃତିକ ପରିଷଦର ଉପ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧନାରେ ସକ୍ରିୟ ଅଂଶ ଗ୍ରହଣ କରି ନୂତନ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନିକା ପତ୍ର, ଫୁଲ, ଚନ୍ଦନ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସମସ୍ତ ନୂତନ ବିଜ୍ଞାନ ଓ କଳା ସ୍ରୋତର ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ ସଂଯୋଜିକା ରୁନିବାଳା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମୂହ ଯଥାକ୍ରମେ ତ୍ରିନାଥ ବେହେରା,ପିଙ୍କି କୁମାରୀ ପୋଲାଇ,ଦିପୁ ଭୂୟାଁ, ପ୍ରଦୀପ ଦିଗାଲ, ପି ଦୀପକ ରାଓ, ଗାଙ୍ଗୁଲି ପାଲଟାସିଂ, ସୁଶାନ୍ତ କୁମାର ଲେଙ୍କା, ଜୟଶ୍ରୀ ସେଠି, ଗଙ୍ଗାଧର ରଣା, ସୌମେନ୍ଦୁ ପଣ୍ଡା, ସ୍ୱରୂପା ରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ, ନୂତନ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଅନୁଷ୍ଠାନର ସମସ୍ତ ନିୟମାବଳୀ ସହିତ ଆବଶ୍ୟକୀୟ ଶୈକ୍ଷିକ ସଂହିତା ସମ୍ପର୍କରେ ଅବଗତ କରାଇଥିଲେ। ନୂତନ ବିଦ୍ୟାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଚାରାଟିଏ ରୋପଣ କରି ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବା ପାଇଁ ନବଗତ ଛାତ୍ରଛାତ୍ରୀଙ୍କୁ ଚାରା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ପରିଷଦର ସହ ଉପସଭାପତି ଦିପୁ ଭୂୟାଁ ତଦାରଖ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ବିଶୋଇ, ରାମଚନ୍ଦ୍ର ନାୟକ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼, ପଦ୍ମ ଚରଣ ନାୟକ, ସନ୍ତୋଷ ବିଶୋଇ ଏବଂ ମହେଶ୍ୱର ନାଇକ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.