ପଦ୍ମପୁର :-ସାରା ପଶ୍ଚିମ ଓଡିଶାରେ ସହର ଠାରୁ ପୁରପଲ୍ଲୀ ଯାଏଁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ ମହା ସମାରୋହରେ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଆବାହକ୍ ଶ୍ରୀଧର ସାହିତ୍ୟ ସଂସଦ ସୋହେଲା,ଆୟୋଜକ ଆମର ଦମ ବରଗଡ଼ ଏବଂ ରେଡିଏନ୍ସ କଲେଜ ବିଜେପୁରର ସଂଯୋଜନାରେ ଜିଲ୍ଲା ସ୍ତରୀୟ ସମଲପୁରୀ ଦିନ୍ ମହାସମାରୋହରେ ପାଳନ କରିଛି।ପ୍ରାରମ୍ଭରେ ବିଜେପୁର ସହର ସ୍ଥିତ ଉପର ପଡା, ମେହେର ପଡା ଛକରୁ ଏକ ବିରାଟ ପଟୁଆରେ ବହୁ କଳାକାର,କବି,ଲେଖକ,ସଙ୍ଗଠକ,ଛାତ୍ରଛାତ୍ରୀ, ଆବାଳ ବୃଦ୍ଧ ବନିତା ସାରା ସହର ପରିକ୍ରମା ଅବସରରେ ମେହେର ଛକ ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ ଅତିଥି ପଦ୍ମଶ୍ରୀ ଭାଗବତ ପଧାନ, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ସମ୍ବର୍ଦ୍ଧିତ ପ୍ରତିଭା ନକୁଳ ବାଦୀ, କବି ପୁତ୍ର ଗୈାର ଚରଣ ପଧାନ,ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇ ପୁଷ୍ପମାଲ୍ୟ ଅର୍ପଣ ପରେ ରେଡେନ୍ସ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସମଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ପରେ ପରେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ସଭାଗୃହ ଠାରେ ସମ୍ବଲପୁରୀ ଦିନ ଅବସରରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ଗଣଙ୍କୁ କବି ଦିଲ୍ଲିପ ଦେବତା ସ୍ୱାଗତ କରିଥିବା ବେଳେ, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ରେଡିଏନ୍ସ କଲେଜର ଚେୟାରମେନ ଅଜିତ କୁମାର ମେହେର ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ କବି ତେଜରୁ ବାରିକ। ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ କବି ରଞ୍ଜିତ ପଧାନ, ଚଳିତ ବର୍ଷର ଶ୍ରୀଧର ସଂସ୍କୃତି ସମ୍ମାନ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିବା ବେଳେ,ଶ୍ରୀଧର ସାହିତ୍ୟ ସମ୍ମାନ ନାଟ୍ୟକାର ନକୁଳ ବାଦୀଙ୍କୁ ପ୍ରଦାନ କରାଯାଇଥିଲା।ଏଇ ଅବସରରେ କବି ଶ୍ରୀଧର ପ୍ରଧାନଙ୍କ ଶ୍ରୀଧର ଚମ୍ପୁ,ଫଟାଢ଼ୋଲ୍,ଦେବଯାନୀ ଓ କଥାଟାକେ ଲଥାଟେ ପୁସ୍ତକ, ମାସିକ ସମ୍ୱଲପୁରୀ ସାହିତ୍ୟ ପତ୍ରିକା ବାଟ କଢୁଆଲ୍ ତଥା କଥାକାର ନରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ଅପନାପନ ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଶେଷରେ କବି ଲଲିତ କୁମାର ସାହୁ ଧନ୍ୟବାଦ ଅର୍ପଣ ପରେ ପ୍ରଥମ ଅଧିବେଶନ ସମାପନ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ସମଲପୁରୀ ଗୀତିକବିତା ଆସର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟକ୍ତା କବି ଲଲିତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ଆସରରେ ଅତିଥି ଭାବେ ସାହିତ୍ୟିକ ଡଃ.ସୁବାଷ ମେହେର,କୋଶଲ ସେନାର ମୁଖ୍ୟ ବିରବଲ ମହାକୁର, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ ଯୋଗଦାନ କରି କବିତା ଆସର ଆଗେଇ ନେଇଥିଲେ। ଅଧ୍ୟାପକ ନାରାୟଣ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି
Sign in
Sign in
Recover your password.
A password will be e-mailed to you.