ଭଞ୍ଜନଗର ତହସିଲ ରେ ଅତିରିକ୍ତ ବନ୍ଦୋବସ୍ତ କମିସନର୍ ଙ୍କ ସମୀକ୍ଷା ଅନୁଷ୍ଠିତ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅତିରିକ୍ତ ବନ୍ଦୋବସ୍ତ କବିସନର୍ ଶ୍ରୀ ବୀରସେନ ପ୍ରଧାନ ଜମିବାଡ଼ି ଓ ସମ୍ପତ୍ତିଗତ ମକଦ୍ଦମା ଗୁଡ଼ିକର ଶୁଣାଣୀ ଏବଂ ସ୍ଥିତାବସ୍ଥା ସମ୍ପର୍କିତ ସମୀକ୍ଷା କରିଛନ୍ତି।

ଭଞ୍ଜନଗର ତହସିଲ ରେ ଆଗତ ପ୍ରାୟ ୧୭୩ ଟି ମାମଲା ରହିଥିବା ବେଳେ ଏଗୁଡିକର ଶିଘ୍ର ଶୁଣାଣୀ କରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଦିଗରେ ତହସିଲଦାର ଏବଂ ରାଜସ୍ଵ ନିରୀକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ସୋରଡ଼ା ଓ ଆସିକା ତହସିଲ କୁ ମଧ୍ୟ ଗସ୍ତ କରିଥିଲେ।
ଭଞ୍ଜନଗର କୋର୍ଟ ର କିଛି ଆଇନଜୀବି ଶ୍ରୀ ପ୍ରଧାନ ଙ୍କୁ ସାକ୍ଷାତ କରି ଲୋକଙ୍କ ସୁବିଧା ଦୃଷ୍ଟିରୁ ଭଞ୍ଜନଗର ରେ କ୍ୟାମ୍ପ୍ କୋର୍ଟ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛନ୍ତି। ନଗର ପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ ମାହାର, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀକୃଷ୍ମ ପଣ୍ଡା ଙ୍କ ସମେତ ତହସିଲ ର ସମସ୍ତ କର୍ମଚାରୀ , ରାଜସ୍ୱ ନିରୀକ୍ଷକ ଓ ଅମିନ ମାନେ ଏଥିରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.