ପଦ୍ମପୁର :- ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଗୃହରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା । ନିଜ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟାର ସମାଧାନ, କର୍ମ ନିଯୁକ୍ତି କାର୍ଯ୍ୟାଳୟ କୁ ପଦ୍ମପୁର ରେ କାର୍ଯ୍ୟକ୍ଷମ କରିବା ନେଇ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ପାଇକମାଲ ବ୍ଳକ୍ ଅନ୍ତର୍ଗତ ମାଣ୍ଡିଆଢିପା ରେ ପ୍ରସ୍ତାବିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ର ସ୍ଥିତାବସ୍ଥା, ଦଶ ଗୋଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର , ଚାରି ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଭାବ ଥିବା ଡାକ୍ତର ଓ ନର୍ସିଂ ଷ୍ଟାଫ୍ କେବେ ପୂରଣ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଙ୍କୁ ପ୍ରଶ୍ନ କରିଥିଲେ। ପରେ ପଦ୍ମପୁର ବିଦ୍ୟୁତ ବିଭାଗର ଡିଭିଜନ ହୋଇଥିବା ବେଳେ ତାହା ସଦର ମହକୁମା ବରଗଡ ରେ କାର୍ଯ୍ୟ କରୁଛି, ତାହା ପଦ୍ମପୁର ରେ କେବେ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.