ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଭୋର ସମୟରେ ଶ୍ରୀକରଣସାହି ନିବାସୀ ଜିଲ୍ଲା କୃଷକ ସଂଘ ସଭାପତିଙ୍କ ମାତା ପ୍ରମିଳା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି।
ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଥିଲେ। ଏକ ଶ୍ରଦ୍ଧାଳୁ ତଥା ନିଜର ଅମାୟିକ ବ୍ଯବହାର ଦ୍ବାରା ସମସ୍ତେ ତାଙ୍କୁ ସମ୍ମାନିତ କରୁଥିଲେ।ପତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଧାକୃଷ୍ଣ ମନ୍ଦିରର ସୁପରିଚାଳନା ଦାୟିତ୍ୱ ତୁଲାଉଥିଲେ। ତାଙ୍କର ବିୟୋଗରେ ପାରଳାବାସୀ ଦୁଃଖରେ ଅଭିଭୂତ ହୋଇଛନ୍ତି।ଅଧିକାରୀ ପରିବାର ହିସାବରେ ତାଙ୍କର ଶ୍ରେଷ୍ଠ ସମ୍ମାନ ଥିଲା।
ତାଙ୍କରି ମୃତ୍ୟୁରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ଭାଗବତ ପାଢୀ , ଭାରତଭୂଷଣ ମହାନ୍ତି , ପୂର୍ଣଚନ୍ଦ୍ର ରଥ , ଡ.କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ , ଡ.ଭାରତୀ ପାଣିଗ୍ରାହୀ , ଡ.ରୀନା ସାହୁ ତଥା ବିଭିନ୍ନ ସାଂସ୍କୃତିକ ଓ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.