ଛତିଶଗଡ଼ ଜନତାଙ୍କ ଭଲପାଇବା ଅତୁଳନୀୟ : ବିଶ୍ୱଭୂଷଣ

6

ଛତିଶଗଡ଼ ରାଜ୍ୟପାଳଙ୍କୁ ବିଦାୟକାଳୀନ ଅପୂର୍ବ ସମ୍ବର୍ଦ୍ଧନା 

ରାୟପୁର : ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସମାପ୍ତ ପରେ ଆଜି ଛତିଶଗଡ଼ ସରକାରଙ୍କ ତରଫରୁ ରାୟପୁର ବିମାନବନ୍ଦର ଠାରେ ତାଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ଛତିଶଗଡ଼ ଜନତାଙ୍କୁ ଭୁରି ଭୁରି ପ୍ରସଂଶା କରି କହିଛନ୍ତି ଯେ ଛତିଶଗଡ଼ବାସୀଙ୍କର ସ୍ନେହ ଓ ଭଲପାଇବା ତାଙ୍କୁ ଅପୂର୍ବ ଆନନ୍ଦ ଓ ଉତ୍ସାହ ଦେଇଛି । ସେମାନଙ୍କ ଭଲପାଇବା ମୋ ପାଖରେ ଚିରଦିନ ମନେରହିବ । ଏହି ଅବସରରେ ସେ ଛତିଶଗଡ଼ ଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ, ମନ୍ତ୍ରୀ, ବିଧାୟକ, ରାଜ୍ୟ ସରକାରୀ ଅଧିକାରୀ ସମେତ ରାଜଭବନ ଅଧୁକାରୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଏଥିସହିତ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିବା ସମୟରେ ସେ ଲୋକଙ୍କ ପରିଶ୍ରମ, ସମର୍ପଣ ଓ ସାହାସକୁ ଅତି ନିକଟରୁ ଦେଖି ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏଠାକାର ପ୍ରାକୃତିକ ପରିବେଶରେ ଯେତିକି ସବୁଜସୁନ୍ଦରତା ଭରିରହିଛି ଏଠାକାର ଲୋକମାନେ ମଧ୍ଯ ସେତିକି ଶାନ୍ତ, ସରଳ ଓ ନିରୀହ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମୟରେ ଅନେକଗୁଡ଼ିଏ ମହତ୍ଵପୂର୍ଣ ଯୋଜନା ଲାଗୁ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ର କ୍ଷେତ୍ରରେ କିପରି ଶିକ୍ଷାର ମାନବୃଦ୍ଧି କରାଯାଇ ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରକୁ ଉନ୍ନତ କରାଯିବ ସେ ଦିଗରେ ସରକାର ଓ ବିଶ୍ଵବିଦ୍ୟାଳୟକୁ ରାଜ୍ୟପାଳ ପରାମର୍ଶ ଦେବା ସହିତ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏଥିସହିତ ଯଥାସମୟରେ ଦୀକ୍ଷାନ୍ତ ସମାରୋହ ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଯାହାଫଳରେ ଶୀକ୍ଷାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ। ବିଶ୍ଵବିଦ୍ୟାଳୟ କୁଳାଧୂପତି ଭାବରେ ସେ ତ୍ରଛାତ୍ରୀମାନଙ୍କୁ ସବୁବେଳେ ଦେଶ ଓ ଜାତିର ସେବା, ଗରୀବ, ଶୋଷିତ ଓ ବଂଚିତ ବର୍ଗର ଉନ୍ନତି ପାଇଁ କାର୍ଯ୍ୟକରିବାକୁ ସର୍ବଦା ପ୍ରେରଣା ଦେଇଛନ୍ତି।
ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ କଲ୍ୟାଣ, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳିତଙ୍କୁ ସୁବିଧା ଯୋଗାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କାର୍ଯ୍ୟ ଛତିଶଗଡ଼ବାସୀଙ୍କୁ ଲାଭପ୍ରଦ କରିଛି। ଆଜାଦି କା ଅମୃତ ମହୋତ୍ସବ ପୁରା ଦେଶ ପାଳନ କଲା ଯେଉଁଥିରେ ଦେଶବାସୀଙ୍କ ମାତୃଭୂମି ପ୍ରତି ଭଲପାଇବା ଓ ଦେଶଭକ୍ତି ପ୍ରକଟିତ ହୋଇପାରିଛି। ଦେଶର ପ୍ରତ୍ୟେକ ନାଗରିକ ଦେଶ ଓ ମାତୃଭୁମି ପ୍ରତି ଶ୍ରଦ୍ଧା ଓ ମାତୃଭୂମି ପାଇଁ କାର୍ଯ୍ୟ କରିବା ଭାବିବା ଉଚିତ୍। ଭାରତ ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ପଞ୍ଚମ ମହାଶକ୍ତି ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦି ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଶ୍ରେଷ୍ଠ ତୃତୀୟ ସ୍ଥାନରେ ରଖିବା ପାଇଁ ସଂକଳ୍ପ ନେଇଛନ୍ତି। ବିଶ୍ଵ ରାଜନୀତିରେ ବର୍ତ୍ତମାନ ଭାରତର ଭୂମିକା ଗୁରୁତ୍ବପୂର୍ଣ। ଯେଉଁଭଳି ଭାବରେ ବିଶ୍ଵରେ ଯୁଦ୍ଧର ବିଭୀଷିକା ଭିତରେ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଓ ବିଶ୍ୱକୁ ଶାନ୍ତବାର୍ତ୍ତା ଭାରତର କିର୍ତ୍ତୀ ଓ ଗୌରକୁ ଉଜ୍ଜ୍ବଳ କରିଛି। ପ୍ରଧାନମନ୍ତ୍ରୀଙ୍କ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଅନନ୍ୟ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସର୍ବଦା ସମ୍ବେଦନଶୀଳ ଭାବରେ କାର୍ଯ୍ୟକରିବା ଦିଗରେ ଯନୂବାନ ଥିଲେ। ସାଧାରଣ ଲୋକଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ବାର ସର୍ବଦା ଉନ୍ମୁକ୍ତ କରିଥିଲେ ଯାହାଫଳରେ ସାଧାରଣ ଜନତା ତା ନାର୍ଯ୍ୟଦାବି ପାଇପାରିବ। ସରକାର ଓ ଜନତାଙ୍କ ମଧ୍ୟରେ ଏକ ସଂପର୍କର ସେତୁ ତିଆରି କରିବା ପାଇଁ ସେ ପ୍ରୟାସ କରିଥିଲେ। ଏହିସବୁ କାର୍ଯ୍ୟ ସମସ୍ତଙ୍କ ସହଯୋଗ ଓ ସମର୍ଥନରେ ସମ୍ଭବ ହୋଇପାରିଥିଲା ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ଏବଂ ଛତିଗଡ଼ବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ। ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଭାବାବେଗରେ ପରିପୂର୍ଣ୍ଣ ଥୁଲେ ରାଜ୍ୟପାଳଙ୍କ ସମସ୍ତଙ୍କ ଜୟଜଗନ୍ନାଥ ସମ୍ବୋଧନ ଉକ୍ତପରିବେଶକୁ ଜଗନ୍ନାଥମୟ କରିଦେଇଥିଲା। ଉକ୍ତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଭୂପେଶ ବଘେଲ, ଉପମୁଖ୍ୟମନ୍ତ୍ରୀ, ସମସ୍ତମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ।

Leave A Reply

Your email address will not be published.