ବିକଶିତ ଦେଶ ଗଠନରେ ଇଂଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ

6

“ଟେକ୍ନୋସ୍କ୍ରାଇବ୍’ର ସୁବର୍ଣ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର: ଇଂଜିନିୟରମାନେ ହେଉଛନ୍ତି ବର୍ତ୍ତମାନ ଯୁଗର ବିଶ୍ୱକର୍ମାା ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି କୋଠାବାଡ଼ି, ରାସ୍ତା ଏବଂ ସେତୁ ନିର୍ମାଣ କ୍ଷେତ୍ରରେ ଆମ ଇଂଜିନିୟମମାନେ ଅନେକ କାର୍ଯ୍ୟ କରୁଛନ୍ତିା ଆମେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ଦେଖୁଥିବାବେଳେ ଇଂଜିନିୟମମାନଙ୍କ ଦକ୍ଷତାକୁ ଉପଯୋଗ କରି ଆମେ ଏହାକୁ ପୂରାକରି ପାରିବା ବୋଲି ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତିା
ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘର ମୁଖପତ୍ର “ଟେକ୍ନୋସ୍କ୍ରାଇବ୍’ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଆଜି ସଂଘ ପକ୍ଷରୁ ମୁଖପତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମୁଖପତ୍ର “ଟେକ୍ନୋସ୍କ୍ରାଇବ୍’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିବା ସହ ଡିପ୍ଲୋମା ଇଂଜିନିୟରମାନଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ମମତା ଓ ଅନ୍ତରିକତା ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହେବ ବୋଲି ମତବ୍ୟକ୍ତ କରିଥିଲୋ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପତି୍ରକାର ପୂର୍ବତନ ସୁଯୋଗ୍ୟ ସଂପାଦକମାନଙ୍କୁ ସମ୍ମାନିତ କରି ଭାଷା ସାହିତ୍ୟ ପ୍ରତି ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲୋ ସେ କହିଥିଲେ ଯେ ଏକ ବୈଷୟିକ କର୍ମଚାରୀ ସେବାସଂଘର ମୁଖପତ୍ର ବୈଷୟିକ ପ୍ରବନ୍ଧ ସହ ସଦସ୍ୟସଦସ୍ୟାମାନଙ୍କ ସାରସ୍ୱତ ସୃଷ୍ଟି, ଓଡ଼ିଆ ଭାଷାରେ ଗଳ୍ପ-କବିତା ପ୍ରଭୃତି ପ୍ରକାଶ କରି ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଆ ସାହିତ୍ୟ ପ୍ରତି ତା’ର ଅବଦାନ ଜାରି ରଖିଛିା ଏହି ପତି୍ରକାରେ ଲେଖା ଆରମ୍ଭ କରିଥିବା ଅନେକ ଲେଖକଲେଖିକାଙ୍କ ସୃଷ୍ଟି ଅନେକ ପ୍ରତିଷ୍ଠିତ ସମ୍ବାଦପତ୍ର ଓ ପତି୍ରକାରେ ପ୍ରକାଶ ପାଇଁ ସେମାନଙ୍କୁ ଲେଖକୀୟ ସ୍ୱୀକୃତି ପ୍ରଦାନ କରିଛିା ନିର୍ମାଣ ହେଉଥିବା ପ୍ରକଳ୍ପର ସ୍ଥାୟିତ୍ୱ ଏବଂ ଉପଯୋଗିତା ଆଜିର ଦିନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛିା ତେଣୁ ଏହାକୁ ଧ୍ୟାନରେ ରଖି ଇଂଜିନିୟରମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲୋ ଏଥି ସହିତ ଖାଲିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲୋ
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମପ୍ରକାଶ ମିଶ୍ର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲୋ ଇଂ ଶ୍ରୀକାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ନବନିର୍ବାଚିତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା ଉପଦେଷ୍ଟା ଇଂ ସଚିତ୍ର ମୋହନ ରାଉଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସଂପାଦକ ଇଂ ଶ୍ରୀଧର ବାରିକ ବିବରଣୀ ପାଠ କରିଥିଲୋ ଉପସଭାପତି ଇଂ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲୋ
ପ୍ରକାଶ ଯୋଗ୍ୟ ଯେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ ୧୯୪୪ ମସିହାରେ ପ୍ରତିଷ୍ଠିତ ହୋଇ ଚଳିତ ବର୍ଷ ଅଶୀବର୍ଷ ପୂରଣ କରିଥିବାବେଳେ ଏହାର ମୁଖପତ୍ର ୧୯୭୪ ମସିହାରୁ ପ୍ରକାଶ ପାଇଆସୁଛିା

Leave A Reply

Your email address will not be published.