ଖଇରା/ବୁଲୁ ଲେଙ୍କା: ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଖଇରା ବ୍ଲକ୍ ତୁରିଗଡିଆ ସହିଦ୍ ସ୍ତମ୍ବ ନିକଟରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ “୨୫ ତମ କାରଗିଲ ବିଜୟ ଦିବସ” ପାଳିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ ରାଜେଶ ମହାକୁଡ, ରାଜ୍ୟ କୃଷକ ମୋର୍ଚ୍ଚା ର ଉପସଭାପତି ମନୀଶା ଚିନ୍ମୟୀ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା , ରାଜ୍ୟ ଓବିସି ମୋର୍ଚ୍ଚା ର ସଦସ୍ୟ ଅଜୟ ବେହେରା , ତୁରିଗଡିଆ ବଜାର କମିଟି ସଭାପତି ବିଷ୍ଣୁମହନ ଶାହୁ , ସମ୍ପାଦକ ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଦୁଇଟି ନଡ଼ିଆ ଗଛ ଲଗାଇ ସହିଦ୍ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସହିଦ୍ ମନକ ଉଦ୍ଦେଶ୍ୟରେ ଅଖଣ୍ଡ ଦ୍ଵୀପ ସହିତ ୨୫୦ ଦ୍ଵୀପ ପ୍ରଜ୍ବଳନ କରିଥିଲେ । ପରେ ସାଧାରଣ ସଭା ରେ ଅତିଥି ମାନକ ସହିତ ମଣ୍ଡଳ ସଭାପତି ମହେଶ୍ୱର ନାଥ, ବୁଲୁ ଲେଙ୍କା , ଝିଙ୍କିରିଆ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି କୈଳାଶ ମାଝୀ ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂ , ସମ୍ପାଦକ ଦୀପକ ବେଜ ସମେତ ଉପସ୍ଥିତ ରହି କାରଗିଲ ଯୁଦ୍ଧ ଓ ସୈନ୍ୟ ,ଯବାନ ମାନଙ୍କ ବିଷୟରେ ଉଦବୋଧନ ଦେଇଥିଲେ ଏବଂ ସହିଦ୍ କେଳୁ ସାହୁ ର ଉତରଦାୟାଦ ସୁରେନ୍ଦ୍ର ପ୍ରସାଦ ସାହୁ କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥି ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ସମିତି, ପଞ୍ଚାୟତ ସଭାପତି, ୱାର୍ଡ ସଭ୍ୟ ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ବୀର ସହିଦ୍ ଯବାନ କ ଉଦ୍ଦେଶ୍ୟରେ ୨୫ ତମ କାରଗିଲ ବିଜୟ ଦିବସ ପାଳନ କରିଥିଲେ l
Sign in
Sign in
Recover your password.
A password will be e-mailed to you.