ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ ର ସାଧାରଣସଭା ବ୍ଲକ ଶିକ୍ଷାଅଧିକାରୀ ତଥା ସଭାପତି ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ସଭାରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ, ବରିଷ୍ଠ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଓ ଖେଳ ସମ୍ପାଦକ ତଥା ଶିକ୍ଷକ ଶ୍ରୀ ହରେକୃଷ୍ଣ ମେହେର ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟ ବାଳିକା କବାଡିରେ ପ୍ରତିନିଧିତ୍ୱ କରିଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ କୁମାରୀ ଆକାଂକ୍ଷା ଭୋଇଙ୍କୁ ବ୍ଲକ ଶିକ୍ଷାଅଧିକାରୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ସମ୍ପାଦକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଚଳିତବର୍ଷର ବିଭିନ୍ନ ଖେଳ କେଉଁ ସ୍କୁଲରେ ଆୟୋଜନ ହେବ ତାହା ଉପରେ ସବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ଖେଳଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସାହୁ, ଶ୍ରୀ କ୍ଷୀରୋଦ୍ର ଦାସ ଓ ଅନ୍ୟ ଖେଳଶିକ୍ଷକ ମାନେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପ୍ରମୋଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post