ସୋଆ ପକ୍ଷରୁ ହାଇଦ୍ରାବାଦରେ ଆଲିଶିପ୍ ++ ଆୟୋଜିତ

5

ଭୁବନେଶ୍ୱର, ୨୭/୦୭: କର୍ପୋରେଟ ଜଗତର ୬୦ରୁ ଊଦ୍ଧ୍ୱର୍ ନେତୃବୃନ୍ଦ ଓ ମାନବ ସମ୍ବଳ ଅଧିକାରୀ ଗତ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ହାଇଦ୍ରାବାଦଠାରେ ଆୟୋଜିତ ଲିଡରସିପ୍ କନକ୍ଳେଭ ‘ଆଲିଶିପ୍ ++’ ରେ ଯୋଗ ଦେଇଥିଲେ । ଶିକ୍ଷା ଓ କର୍ପୋରେଟ ଜଗତ ମଧ୍ୟରେ ଥିବା ବ୍ୟବଧାନକୁ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।
କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ଆର୍ଶଦ ଆୟୁବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତୃତ୍ୱର ଗୁରୁତ୍ୱ ବିଷୟରେ ମତ ବ୍ୟକ୍ତ କରିବା ସହ ବର୍ତମାନର ବ୍ୟବସାୟିକ ପରିବେଶରେ ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ହୁ୍ୟମାନ୍ ଏଜ୍ (ଏଣ୍ଟରପ୍ରାଇଜେସ୍)ର ସିଏକ୍ସଓ ଉପଦେଷ୍ଟା ଶ୍ରୀ ରୋହିତ ଆଦ୍ଲାଖା, ଇନ୍ଟିଗ୍ରାମାଇଣ୍ଡସର ଟ୍ୟାଲେଂଟ ଆକୁ୍ୟଜିସନ୍ ଷ୍ଟ୍ରାଟେର୍ଜିଷ୍ଟ ଶ୍ରୀ ଲବନମ୍ ଅମ୍ବାଲା, କ୍ଲାଉଡିନର ଭାଇସ୍ ପ୍ରେସିଡେଂଟ (ଇଞ୍ଜିନିୟରିଂ) ଶ୍ରୀ ପୁସ୍କାଲା ବାଲସୁବ୍ରମନିୟମ୍, ୟୁପିଏସର ପୂର୍ବତନ ଷ୍ଟ୍ରାଟେଜିକ୍ ଥଟ୍ ଲିଡର ଶ୍ରୀ କିରଣମଲ୍ ପେଣ୍ଡିୟାଲା, ଇନୋଭାର ଗ୍ରୁପ୍ ଭାଇସ୍ ପ୍ରେସିଡେଂଟ ଡକ୍ଟର ଉମେଶ ଉଦୟପ୍ରକାଶ ଏବଂ ସିଏସ୍ଆଇଆର୍ର ବୈଜ୍ଞାନିକ ଡକ୍ଟର ବାପୁଜୀ ମାରିନ୍ଗାନ୍ଟି କାର୍ଯ୍ୟକ୍ରମରେ ପାନେଲିଷ୍ଟ ଭାବେ ସାମିଲ ହୋଇଥିଲେ ।
ଆଲିସିପ୍ ++ ଏଭଳି ଏକ ମଂଚ ପ୍ରଦାନ କରିଥାଏ ଯେଉଁଠାରେ କି ଶିକ୍ଷାବିତ୍ ଏବଂ କର୍ପୋରେଟ ଜଗତର ନେତୃବୃନ୍ଦଙ୍କୁ ସେମାନଙ୍କର ଅନୁଭୂତି ବଖାଣିବା ସହ ଭବିଷ୍ୟତ ପାଇଁ ନିଜର ନେଟୱାର୍କ ଓ ସହଯୋଗିତା ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ଆଲିସିପ୍ ନେଇ ନିଜର ମହତ୍ୱପୂର୍ଣ୍ଣ ମତ ରଖିବା ସହ ଏହାକୁ କିଭଳି କାର୍ଯ୍ୟକ୍ଷେତ୍ର ତଥା ନିଜର ବ୍ୟକ୍ତିଗତ ଜୀବନରେ ବ୍ୟବହାର କରାଯାଇପାରିବ ତାହାକୁ ନେଇ ଆଲୋଚନା କରିଥିଲେ । ଅନୁଷ୍ଠାନ କ୍ଷେତ୍ରରେ ମଧ୍ୟ ଆଲିସିପର ଆବଶ୍ୟକତାକୁ ନେଇ ମଧ୍ୟ ବକ୍ତାମାନେ ତଥ୍ୟ ରଖିଥିଲେ ।
କନକ୍ଳେଭ ଉଦ୍ଭାବନ ଏବଂ ବିକାଶ କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ଏବଂ କର୍ପୋରେଟ ଜଗତରେ କିଭଳି ଅଧିକ ସହଯୋଗ ଆବଶ୍ୟକତା ରହିଛି ସେ ନେଇ ଆଲୋଚନା କରାଯାଇଥିଲା ।
ସୋଆର ଡିନ୍ (ପ୍ଲେସ୍ମେଂଟ, କ୍ୟାରିୟର ଡେଭ୍ଲପ୍ମେଂଟ ଆଣ୍ଡ ଇଣ୍ଡଷ୍ଟ୍ରି କୋଲାବୋରେସନ୍) ପ୍ରଫେସର ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରି କନ୍ସଲ୍ଟାନ୍ସି) ଡକ୍ଟର ପି.କେ. ପାତ୍ର ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.