ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତିା ଏଥି ପାଇଁ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଅଧସ୍ତନ କାର୍ଯ୍ୟାଳୟଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଡ. ପାଢୀ ଉଲ୍ଲେଖ କରିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ନିମନ୍ତେ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଯନିବାନ ହେବା ସହିତ ଏହାର ଅନୁପାଳନ ସମ୍ବନ୍ଧରେ ବିଭାଗକୁ ନିୟମିତ ଅବଗତ କରିବାକୁ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତିା
ପ୍ରକାଶ ଥାଉ କି ରାଜ୍ୟ ସରକାର ୧୯୫୪ ମସିହାରୁ ଓଡିଆ ଭାଷାକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲୋ ଓଡିଆ ଭାଷାର ପ୍ରସାର, ପ୍ରଚାର ଓ ଜନସାଧାରଣଙ୍କ ସୁବିଧା ନିମନ୍ତେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ ହେବା ଆବଶ୍ୟକ ବୋଲି ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ପ୍ରଦାନ କରି ଆସିଛନ୍ତିା
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୧୫୬୨୩, ତା ୨୬.୦୭.୨୪ ମାଧ୍ୟମରେ ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡିଶା / ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଓଡିଶା / ନିର୍ଦ୍ଦେଶକ, ମୃତ୍ତିିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ, ଓଡିଶା / ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଂ., ଭୁବନେଶ୍ୱର / ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିଂ., ଭୁବନେଶ୍ୱର / ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କୃଷି ଶିଳ୍ପ ନିଗମ ଲିଂ., ଭୁବନେଶ୍ୱର / ପରିଚାଳନା ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର / ପରିଚାଳନା ନିର୍ଦ୍ଦେଶକ, ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିଂ., ଭୁବନେଶ୍ୱର/ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର / ଉପ-କୁଳପତି, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରଙ୍କୁ ଅବଗତ କରାଯାଇ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହା ଯାଇଛିା
Sign in
Sign in
Recover your password.
A password will be e-mailed to you.
Prev Post