ବାସୁଦେବପୁର -୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ ଦିନ ଭାରତର ବୀର ଯବାନଙ୍କ ଆପ୍ରାଣ ଉଦ୍ୟମ ଏବଂ ସାହସିକତା ର ସହିତ ଯୁଦ୍ଧ କରି ହାସଲ କରିଥିଲେ କାରଗିଲ ଉପରେ ବିଜୟ। ଯେଉଁଥିରେ ୫୦୦ ଉର୍ଦ୍ଧ୍ବ ଭାରତୀୟ ଜବାନ ଶହୀଦ ହୋଇଥିବା ବେଳେ ହଜାର ହଜାର ଜବାନ ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଭାରତର ବୀର ଯବାନ ୧୮୦୦୦ ଫୁଟ ଉଚ୍ଚତା ଓ ୪୫ ରୁ ୪୭ ଡିଗ୍ରୀ ତାପମାତ୍ରାକୁ ସହ୍ୟ କରି କାରିଗିଲ କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ଲକ୍ଷରେ ଶତ୍ରୁ ଦେଶ ପାକିସ୍ଥାନର ସୈନିକ ମାନଙ୍କୁ ମୁହଁ ତୋଡ ଜବାବ ଦେବା ସହିତ ଶତ୍ରୁ ସୈନିକ ଙ୍କୁ ହତ୍ୟା କରିଥିଲେ। ଶେଷରେ ଶହୀଦ ହୋଇଥିବା ପାକିସ୍ଥାନୀ ସୈନିକଙ୍କ ଶବକୁ ନେବାକୁ ପାକିସ୍ଥାନ ସରକାର ମନାକରିବାରୁ ଭାରତୀୟ ବୀର ଯବାନ ସେହି ପାକିସ୍ଥାନୀ ସୈନିକଙ୍କ ଶବକୁ କାରଗିଲ ସୀମାନ୍ତରେ କବର ଦେଇ ଭାରତର ନିତି ଆଦର୍ଶ ର ପରିଚୟ ଦେଇଥିଲେ। ଏହି ଭଳି ଏକ ଅବିସ୍ମରଣୀୟ ବିଜୟ ଦିବସକୁ ମନେରଖିବା ପାଇଁ ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘ ବାସୁଦେବପୁର ପକ୍ଷରୁ ଏକ ସ୍ମୃତି ସଭା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ନିଉଣ୍ଡିଆ ସାହି ପ୍ରାଥମିକ ବିଦ୍ୟାଳୟର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ଅବସରପ୍ରାପ୍ତ କ୍ୟାପଟେନ ଶରତ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ କବି ନିରଞ୍ଜନ ବିଶ୍ବାଳ ସହିତ ମୁଖ୍ୟ ଅତିଥି ଭାବରେ ବାସୁଦେବପୁର ବ୍ଳକ ଅଧିକାରୀ ସଞ୍ଜୀବ ସାହୁ, ସମ୍ମାନିତ ଅତିଥି ଭାବରେ ବାସୁଦେବପୁର ଅତିରିକ୍ତ ତହସିଲଦାର ଅଜୟ କୁମାର ସାହୁ , ବିଶିଷ୍ଟ ସମାଜସେବୀ ବୈଲୋଚନ ଜେନା , ସମ୍ପାଦକ କୈଳାସ ଚନ୍ଦ୍ର ନାଥଙ୍କ ସମେତ ଅବସରପ୍ରାପ୍ତ ସୈନିକ ସଂଘର ସମସ୍ତ ସଦସ୍ୟ ଯଥା ଦାମୋଦର ଲେଙ୍କା , ପ୍ରଫୁଲ୍ଲ ନାୟକ, ଗୟାଧର ମାଝୀ, ବିଦ୍ୟାଧର ବାରିକ, କମଳାକାନ୍ତ ବାରିକ୍, ବାବାଜୀ ମହାରଣା, ରତିକାନ୍ତ ପଣ୍ଡା, ସୁରେନ୍ଦ୍ର ନାଥ ପାତ୍ର, ରମେଶ ଶଙ୍ଖୁଆ, ଦେବେନ୍ଦ୍ର ବେହେରା, ସୁବେଦାର ଭାଗିରଥି ମହାରଣା, ସରଜେଣ୍ଟ ପ୍ରଦୀପ କୁମାର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ କରିଥିଲେ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ନାଥ ଏବଂ ସଭାକାର୍ଯ୍ୟ କୁ ସଞ୍ଚାଳନ କରିଥିଲେ। ମଞ୍ଚାସୀନ ସମସ୍ତ ଅତିଥି କାରଗିଲ ବିଜୟ ଦିବସ ର ଭାରତୀୟ ସେନା ଙ୍କ ବୀରତ୍ବର କାହାଣୀକୁ ବଖାଣି ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post