ଶିକ୍ଷା ସପ୍ତାହ ପାଳନ -୨୦୨୪

5

 https://youtu.be/MiT1IZoFRQQ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ଼ ପରିସରରେ ଶିକ୍ଷା ସପ୍ତାହ ପ୍ରଥମ ଦିବସରୁ ପଞ୍ଚମ ଦିବସ ପର୍ଯ୍ୟନ୍ତ ଅତିଆଡମ୍ଭର ରେ ପାଳନ ହୋଇଯାଇଛି।
ବିଦ୍ୟାଳୟରେ ଯଥାକ୍ରମେ ଶିକ୍ଷଣ ସାମଗ୍ରୀ ଦିବସ , ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦିବସ , କ୍ରୀଡା ଦିବସ , ସାଂସ୍କୃତିକ ଦିବସ ଓ ‘ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ କାର୍ଯ୍ୟକ୍ରମ ଗୁଡ଼ିକରେ ଅଭିଭାବକ , ପୂର୍ବତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ପ୍ରୋତ୍ସାହନ ଓ ସହଯୋଗ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାଶ , ସଭାପତି ଯାକୁବ ଜେନା , ଆଞ୍ଚଳିକ ସଂଯୋଜକ ଶ୍ରୀ ୱାଇ . ଗଙ୍ଗାଧର ସମେତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଶିକ୍ଷା ସପ୍ତାହର ପଞ୍ଚମ ଦିବସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ସୁଚାରରୂପେ ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.