ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ – “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି।
ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ବ୍ରେକ୍ ଥ୍ରୁ ଟ୍ରଷ୍ଟ ଏବଂ ଜେପାଲ ଏସିଆ ସଂସ୍ଥା ତରଫରୁ ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡଃ ମାୟାଧର ସାହୁ ଓ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ମୋନାଲିସା ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରି ସାମାଜିକ ଲିଙ୍ଗ ବିଷୟରେ ସକାରାତ୍ମକ ମନୋଭାବ ଓ ଆଚରଣକୁ ପ୍ରୋସ୍ଥାହିତ ପୂର୍ବକ ସମ୍ଵେଦନଶୀଳ ନାଗରିକ ଗଠନ କରିବାକୁ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମ କିପରି ପ୍ରତ୍ୟେକ ବିଦ୍ୟାଳୟରେ ପହଞ୍ଚିପାରିବ ଏବଂ ଲିଙ୍ଗଭିତ୍ତିକ ସମତା ପ୍ରସଙ୍ଗ ବିଦ୍ୟାଳୟସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ମଞ୍ଚାସୀନ ଅତିଥି ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାର ସମସ୍ତ ସାତଗୋଟି ବ୍ଳକରୁ ୨୭ ଜଣ ଜିଲ୍ଲାସ୍ତରୀୟ ସାଧନକର୍ମୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନ୍ତିମ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ଓ ପ୍ରଶିକ୍ଷଣ ପେଟିକା ପ୍ରଦାନ କରାଯାଇଥିଲା।
ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ସନ୍ତୋଷ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ରେକ୍ ଥ୍ରୁ ଟ୍ରଷ୍ଟରୁ ପର୍ଯ୍ୟବେକ୍ଷକ ରୂପେ ଶ୍ରୀମତି ସୁଭଦ୍ରା ସୁରେଖା ମଲ୍ଲିକ ଯୋଗ ଦେଇଥିବା ବେଳେ ରାଜ୍ୟ ସାଧନ କର୍ମୀ ରୂପେ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ , ଶ୍ରୀ ଜଗଦୀଶ ପାତ୍ର ଓ ଶ୍ରୀ ଜ୍ୟୋାତି ପ୍ରସାଦ ପାତ୍ର ପ୍ରଶିକ୍ଷକ ଦାୟିତ୍ଵ ନିର୍ବାହ କରିଥିଲେ।
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ଶ୍ରୀ ତପନ ବେହେରା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post