ଉଠା ଜଳସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ ପଇଠରେ କୋହଳ

6

ଏଣିକି ବକେୟା ବିଲ୍ ୮ ଗୋଟି କିସ୍ତିରେ ପଇଠ କରି ପାରିବେ ଉପଭୋକ୍ତା :ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ ବିଲ୍ ଦେୟ ଅବଧିରେ କୋହଳ କରିଛନ୍ତି ସରକାରା ବୁଧବାର ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରକୋଷ୍ଠରେ ଆୟୋଜିତ ଏ ସମ୍ବନ୍ଧିତ ବୈଠକରେ ବଡଚଣା ବିଧାୟକ ଶ୍ରୀ ଅମର ନାୟକ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ଏବଂ ଶ୍ରୀ ବିଜୟ ଦଳ ବେହେରା ପ୍ରମୁଖ ଚଳିତ ଖରିଫ ତୁରେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ନେଇ ଉଠା ଜଳସେଚନ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ବିଲ ପଇଠରେ ସମୟ ସୀମା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲୋ ମନ୍ତ୍ରୀ ଶ୍ରୀ ସିଂହଦେଓ କୃଷି ବିଭାଗର ନିର୍ଦ୍ଦେଶକ ଏବଂ ବିତରଣ କମ୍ପାନିଙ୍କ ସହିତ ଆଲୋଚନା କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତିା
ଏଣିକି ସମସ୍ତ ଉଠା ଜଳସେଚନ ଉପଭୋକ୍ତାଙ୍କୁ ପ୍ରତି ମାସରେ ସେମାନଙ୍କର କରେଣ୍ଟ ବିଦ୍ୟୁତ ବିଲ୍ ପୈଠ କରିବାକୁ ପରାମର୍ଶ ଦିଆଯାଇଛିା ବକେୟା ବିଦ୍ୟୁତ ବିଲ ଟଙ୍କା ମଞ୍ଜୁର କରିବା ପାଇଁ ବିତରଣ କଂପାନିଗୁଡ଼ିକ କିସ୍ତି ଜରିଆରେ ପୈଠ ପାଇଁ ସୁବିଧା ଦେବାକୁ ରାଜି ହୋଇଛନ୍ତିା ଅଗଷ୍ଟ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ସର୍ବାଧିକ ୮ଟି କିସ୍ତିରେ ବକେୟା ପୈଠ କରିବା ପାଇଁ ଉପଭୋକ୍ତାମାନେ ଏହି ସୁବିଧା ପାଇପାରିବୋ ବିଜୁଳି ଯୋଗାଣ ଯେପରି ନିରବଚ୍ଛିନ୍ନ ରହିବ ତାହା ସୁନିଶ୍ଚିତ କରିବା ସହିତ ଉପଭୋକ୍ତାଙ୍କୁ ଆର୍ଥିକ ନମନୀୟତା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତିା
ଅଧିକ ବିବରଣୀ ପାଇଁ ଡିସ୍କମ୍ର ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା କଷ୍ଟମର କେୟାର ସେଣ୍ଟରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛିା

Leave A Reply

Your email address will not be published.