ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ନିକଟ ଦୟାଗୁଡ଼ା ଛକ ନିକଟରେ ଏକ ବାଇକ୍ ଜଣେ ପଥଚାରୀ କୁ ପଛ ରୁ ଧକ୍କା ଦେବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପଥଚାରୀ ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଜୟ ଭତରା (୪୫) ବୋଲି ଜଣା ପଡିଛି।ବାଇକ୍ ଧକ୍କା ଦେଇ ଚାଳକ ଜଣକ ସେଠାରୁ ଚମ୍ପଟ ମାରିଛନ୍ତି।ଏ ନେଇ ଜୟ ଭତରା ର ସାନ ଭାଇ ଯଦୁ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଉମୁରାହାଣ୍ଡି ଗ୍ରାମ ର ଜୟ ଭତରା ପାପଡାହାଣ୍ଡି ବ୍ଲକ ସେମଳା ଗ୍ରାମରେ ନିଜ ସମ୍ପର୍କୀୟ ଙ୍କ ଘରେ ଗତକାଲି ମଙ୍ଗଳବାର ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା କୁ ଯାଇଥିଲେ। ଦଶାହ କାର୍ଯ୍ୟ ସାରି ଆଜି ସେ ନିଜ ଗ୍ରାମ ଉମୁରାହାଣ୍ଡି କୁ ଅପରାହ୍ନ ରେ ଚାଲି ଚାଲି ଫେରୁଥିଲେ। ତେବେ ଜୟ ଚାଲି ଚାଲି ଆସୁଥିବା ସମୟରେ ଅପରାହ୍ନ ୩ ଘଣ୍ଟ ସମୟରେ ଡାବୁଗାଁ ଥାନା ମାନିଗାଁ ନିକଟ ଦୟାଗୁଡା ଛକ ନିକଟରେ ଏକ ହିରୋ ବାଇକ୍ ନ ( ସିଜି ୨୭ ଏଚ ୩୪୦୭) ଜୟ କୁ ପଛ ପଟେ ଧକ୍କା ଦେଇଥିଲା। ଏଥିରେ ଜୟ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ତାଙ୍କ ମୁଁହ, ଅଣ୍ଟା ଓ ଗୋଡ଼ରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଜୟ ଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପଥଚାରୀ ଜୟ ଭତରା କୁ ଧକ୍କା ଦେବା ପରେ ବାଇକ୍ ଚାଳକ ବାଇକ୍ ଛାଡି ଚଂପଟ୍ ମାରିଥିଲା। ଏ ନେଇ ଆଜି ସନ୍ଧ୍ୟାରେ ଜୟ ଭତରା ର ସାନ ଭାଇ ଯଦୁ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।