ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ କୌଶଳ ରଥକୁ ସ୍ୱାଗତ ଜଣାଇଲେ

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଗତ ୧୫ ତାରିଖରେ ବିଶ୍ୱ ଯୁବ ଦକ୍ଷତା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଗୋଟି କୌଶଳ ରଥ ର ଶୁଭାରମ୍ଭ କରିଥିଲେ ।ଏହି କୌଶଳ ରଥ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ଓ ନିୟୋଜନ କାର୍ଯ୍ୟାଳୟ ମିଳିତ ଅନୁକୂଲ୍ୟରେ ଆଜି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ରେ ପହଂଚି ଥିଲା । ପରେ ସେହି ରଥ କୁ ବିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ସ୍ୱାଗତ ଜଣାଇଥିଲେ । ଏହି ରଥ ଯୁବପିଡିଙ୍କୁ ମାଗଣା ଡିଜିଟାଲ ଶିକ୍ଷା ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରିବା ସହ ଯୁବ ପିଡିଙ୍କ ସାମର୍ଥ୍ୟ କୁ ବିକାଶ କରିବା ଏହାର ଲକ୍ଷ୍ୟ ବୋଲି ଜଣାପଡିଛି ।ପରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ସେଥିରେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରଥରେ ଥିବା ବିଭିନ କୌଶଳ ସମ୍ୱନ୍ଧୀୟ ଦେଖିବା ସହ ନିଜ ନିଜ କୌଶଳ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ତତ୍ୱ ମସୀ ମହାପାତ୍ର, କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ କୁମାର ନନ୍ଦ , ଦକ୍ଷତା ନିର୍ଦେଶାଳୟ ର ପ୍ରିୟ ରଞ୍ଜନ ଦାସ ,ବିଶ୍ୱବିଦ୍ୟାଳୟର ପ୍ରଫେସର ରାଧା କୃଷ୍ଣ ପାଢ଼ୀ , ରାଧା ନାଥ ପାତ, ରଂଜିତ ପାଣିଗ୍ରାହୀ , ଆଶିଷ ସାମଲ ,ଗୋପାଳ କୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।ପରିଶେଷରେ ପ୍ରଫେସର ବାଣୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.