ଭୁବନେଶ୍ୱର : “ମୁଁ ଏହା ଜାଣି ଅତ୍ୟନ୍ତ ଖୁସି ଯେ ଓଡ଼ିଶାର ନବନିର୍ବାଚିତ ବିଜେପି ସରକାର ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିବା ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ରାଜନୀତି କରିବାରେ ଏହା ଏକ ହୀନ ପ୍ରୟାସ ଥିଲା ଯାହା ଅତ୍ୟନ୍ତ ଦୁଃଖ ଦାୟକ । ସ୍ୱର୍ଗତ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ଜନନେତାଙ୍କୁ ଏପରି ନିକୃଷ୍ଟ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ” ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପିଏସ ସଂତୃପ୍ତ ମିଶ୍ର କହିଛନ୍ତି |
ଶ୍ରୀ ମିଶ୍ର କହିଛନ୍ତି ଯେଏହି ଘଟଣା ଆଜି ସମଗ୍ର ଓଡିଶାରେ ବିଜେପିର ଶାସନ ସ୍ଥିତିକୁ ନେଇ ଏକ ମୌଳିକ ପ୍ରଶ୍ନବାଚି ସୃଷ୍ଟି କରିଛି । ପୁରସ୍କାରର ନାମ ପରିବର୍ତ୍ତନ କରିବାର ଆଦେଶ କିପରି ଦିଆଗଲା ଯାହା ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରୁ ହିଁ ଜାଣିଲେ। ଏହି ଗୁରୁତ୍ୱପୁର୍ଣ ନିଷ୍ପତି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସହିତ ତାଙ୍କ କ୍ରୀଡା ମନ୍ତ୍ରୀଙ୍କ କୌଣସି ଯୋଗାଯୋଗ ହୋଇଛି କି ? ରାଜ୍ୟ କ୍ୟାବିନେଟ୍ ର ତୃତୀୟ ସାକ୍ଷାତକାରରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଇଛି କି ଓ ଏହା କ୍ୟାବିନେଟ ବୈଠକର ଏଜେଣ୍ଡା ଥିଲା କି ?
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ , ଆସନ୍ତୁ ଆମେ ସମସ୍ତେ ମିଶି ନବ ନିର୍ବାଚିତ ସରକାରଙ୍କୁ ମନେପକାଇବା ଯେ ଅତୀତ ତୁଳନାରେ , ଓଡ଼ିଶାର ଭବିଷ୍ୟତ ବିକାଶ ପାଇଁ ଅନେକ ଗଠନ ମୁଳକ ଯୋଜନା ଆବଶ୍ୟକ। ଅତୀତର ସଫଳତା କୁ ନଷ୍ଟ କରି ଭବିଷ୍ୟତର ରଚନା କରିହେବ ନାହିଁ |
Sign in
Sign in
Recover your password.
A password will be e-mailed to you.