ପଦ୍ମପୁରରେ ମାରୱାଡି ଯୁବାମଞ୍ଚ ପକ୍ଷରୁ କ୍ୟାନସର ଯାଞ୍ଚ ଶିବିର ଅନୁଷ୍ଠିତ।

4

ପଦ୍ମପୁର-ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସପିଟାଲ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ମାରୱାଡି ମଞ୍ଚର ସମ୍ପାଦକ ବଜରଙ୍ଗ ଗର୍ଗ ମିଳିତ ଭାବରେ ଉଦଘାଟନ କରିଥିଲେ। ବିଶେଷଜ୍ଞ ମାନଙ୍କ ଦ୍ୱାରା ପଦ୍ମପୁର ଅଞ୍ଚଳ ତଥା ଅନ୍ୟ ଜିଲ୍ଲାର ପ୍ରାୟ ୭୦ ଜଣ ଯାଞ୍ଚ କରାଇଥିଲେ। ଯୁବାମଞ୍ଚର ଅଧ୍ୟକ୍ଷ ସୋମନାଥ ଅଗ୍ରୱାଲ,ସୁନୀଲ ଅଗ୍ରୱାଲ,ଜୟ ପ୍ରକାଶ ଅଗ୍ରୱାଲ,ଯୁବାମଞ୍ଚ କ୍ୟାନ୍ସର କନଭେନର ଅମିତ ଗର୍ଗ, ସମ୍ପାଦକ ଅମିତ ଅଗ୍ରୱାଲ,କୋଷାଧ୍ୟକ୍ଷ ଦିନେଶ ଜୈନ,ସମାଜସେବୀ ନିରୋଜ ଦୋରା ସମେତ ଯୁବା ମଞ୍ଚ,ମହିଳା ମଞ୍ଚର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.