କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡ଼ାମ

ଅଶୋକ ଦାସ ଉପନେତା ଓ ରାଜେନ ଏକା ମୁଖ୍ୟ ସଚେତକ
ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ କଂଗ୍ରେସ କମିଟିକୁ ଭଙ୍ଗ କରାଯାଇଛି | ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ପଡିଛି ପୂର୍ଣ୍ଣଛେଦ | ଖୁବ ଶୀଘ୍ର ନୂଆ ପିସିସି ସଭାପତି ନିଯୁକ୍ତ ହେବ ରାସ୍ତା ପରିସ୍କାର ହୋଇଛି | ଏହା ସହିତ କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତ କରାଯାଇଛି ।
ପିସିସି ଭାଙ୍ଗିବା ପରେ ପିସିସି ସଭାପତି ଭାବେ ସବା ଆଗରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି(ଭାଲୁ) ରହିଥିବା ଜଣାପଡିଛି | ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ବଳରେ ପିସିସି କମିଟି ଭାଙ୍ଗିବା ସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ମଧ୍ୟ ଭଙ୍ଗ କରାଯାଇଥିବା ଜଣାପଡିଛି ଭଙ୍ଗ କରାଯାଇଛି । ଅନ୍ୟାଦେଶ ଯାଏ ଜିଲ୍ଲା ସଭାପତି ମାନେ କାମଚଳା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।
କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଅଶୋକ ଦାସ କଂଗ୍ରେସ ବିଧାୟକ ଦଳର ଉପନେତାଭାବେ ନିଯୁକ୍ତି ଦିଅ ଯାଇଥିବା ବେଲେ ସିଏସ୍ ରାଜନ ଏକ୍କାଙ୍କୁ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ କରାଯାଇଥିବା ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।