ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ଗାଁରେ ଜଣେ ଓ୍ବାରେଣ୍ଟି କୁ ପୁଲିସ ଗିରଫ କରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରମଣରେ ପୁଲିସ ଅଧିକାରୀ ଓ କର୍ମଚାରୀ ଲହୁ ଲୁହାଣ ହୋଇଥିଲେ। ଏଥିରେ ଜଣେ ଏସଆଇ, ଏଏସଆଇ ସମେତ ୮ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ୧୭ଲୋକଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ୩ଜଣ ମହି ଳାଙ୍କୁ ଗିରଫ କରି ପଚରାଉଚୁରା ପରେ ଛାଡ଼ି ଦେଇଛି।ଗତକାଲି ରାତିରେ ପୁଲିସ କୋମନା ଥାନା ବରକୋଟ ଗାଁକୁ ଜଣେ ୱାରେଣ୍ଟି କୁ ଗିରଫ କରିବାକୁ ଯାଇଥିଲା। ସେଠାରେ ଗାଁ ଓ ପରିବାର ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। ଏଥିରେ ଏସଆଇ ବିଷ୍ଣୁ ପ୍ରସାଦ ପ୍ରଧାନ ଓ ଏଏସଆଇ ତରୁଣ ସାହୁ ସମେତ ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାକୁ ଜିଲ୍ଲା ପୁଲିସ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ଗାଁରେ ଚାପା ଉତ୍ତେଜନା ଲାଗି ରହି ଥିଲା। ଶନିବାର ପୂର୍ବାହ୍ନରେ ଏସପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା, କୋମନା ଆଇଆଇସି ସୁମନ୍ତ୍ର ନାଏକ, ଲଖନା ଆଇଆଇସି ଦୁର୍ଗାମାଧବ ବାଘଙ୍କୁ ନେଇ ଗଠିତ ୩ଟି ସ୍ବତନ୍ତ୍ର ପୁଲିସଟିମରେ ଦୁଇ ପ୍ଲାଟୁନ ଫୋର୍ସ ସହ ବରକୋଟ ଗାଁରେ ଚଢାଉ କରିଥିଲା। ବରକୋଟ ଗାଁ ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ଗାଁରେ ପୁଲିସ ପହଞ୍ଚିବା ପୂର୍ବରୁ ଲୋକେ ଛିନ୍ନଛତ୍ର ହୋଇ ପଳାୟନ କରିଥିଲେ। ଗାଁ ଜନଶୂନ୍ୟ ହୋଇଥିଲା। ଏହି ପୁଲିସ ଟିମ ଓ୍ବାରେଣ୍ଡି ଅଶୋକ ସାହୁ ଙ୍କ ଘରେ ଚଢ଼ଉ କରିଥିଲେ। ସେଠାରେ ତିନିଜଣ ମହିଳା ଥିଲେ । ସେମାନଙ୍କୁ ପୁଲିସ କାବୁ କରିଥିଲା । ମଧ୍ୟାହ୍ନରେ ପୁଲିସ ଟିମ ସୁନାବେଡା ଅଭୟାରଣ୍ୟ ଜାମଗାଁରେ ଅଭିଯୁକ୍ତମାନେ ଲୁଚିଥିବା ଖବରପାଇ ଚଢ଼ଉ କରିଥିଲା। ମାତ୍ର ପୁଲିସକୁ ଖାଲି ହାତରେ ଫେରିବାକୁପଡ଼ିଥିଲା। ପରେ ଏସପି ଶ୍ରୀ ରାଘବେନ୍ଦ୍ର ଘଟଣା ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ସେଠାରେ ତିନି ପ୍ଲାଟୁନ ଫୋର୍ସ ଦିନ ତମାମ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଏଁତରା ମାରିଥିଲେ। ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗାଁ ଲୋକେ ମଧ୍ୟ ତାଟି କବାଟ ବନ୍ଦ କରି ଘରେ ଲୁଚି ରହିଥିଲେ। ଅପରାହ୍ନରେ ପୁଲିସ ତିନିଜଣ ମହିଳାଙ୍କୁ କୋମନା ଥାନାକୁ ନେଇ ଅଧିକ ପଚରାଉଚୁରା କରିଥିଲା। ପରେ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ପୁଲିସ ଘରେ ଛାଡ଼ି ଦେଇଛି। ଏବେ ଅଭିଯୁକ୍ତଙ୍କ ପରିବାର ଲୋକେ କୁଆଡେ ଫେରାର ହୋଇଯାଇଛନ୍ତି । କୋମନା ଥାନାରେ ବିଭିନ୍ନ ମାମଲାରେ କେଶ ରୁଜୁ କରି ପୁଲିସ ଅଧିକ ତଦନ୍ତ ଚଳାଇଛି। ଆଜି ଅଭିଯୁକ୍ତଙ୍କ ଘରୁ ୪ଟି ବାଇକ ଓ ଚାରିଚକିଆ ଗାଡ଼ି ପୁଲିସ ଜବତ କରିଛି। ଏନେଇ ଅତିରିକ୍ତ ଏସପି ଶ୍ରୀ ବେହେରାଙ୍କୁ ପଚାରିବାରୁ ଗତକାଲି ରାତିରେ କୋମନା ଥାନା କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଧରିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏଥିପାଇଁ ୩ଟି ସ୍ବତନ୍ତ୍ର ପୁଲିସ ଟିମ ଗଠନକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଚାଲିଛି /
Sign in
Sign in
Recover your password.
A password will be e-mailed to you.