ପୁରୀ ଅନିମେଶ ପଟ୍ଟନାୟକ): ଶନିବାର ନିଳାଦ୍ରୀନାଥଙ୍କ ନିଳାଚଳ ଅବଢାର ଆନନ୍ଦ ନେଇଛନ୍ତି ଭକ୍ତ ମାନେ । ଗତକାଲି ନୀଳାଦ୍ରି ବିଜେ ପରେ ପ୍ରଥମ ଅଭଢା ବାହାରିଛି । ଶ୍ରୀମନ୍ଦିର ରୋଷଘର ତେର ଦିନ ଖାଲି ପଡିବା ପରେ ଚୁଲି ଗୁଡିକ ଶୁଦ୍ଧପୁତ ଭାବେ ନିର୍ମାଣ କରାଯାଇ ସୁପକାର ମାନେ ମହାପ୍ରସାଦ ପ୍ରସ୍ତୁତି କରିଥିଲେ । ଆଜି ଠାରୁ ଷାଠିଏ ପଉଟି ଭୋଗ ପ୍ରସ୍ତୁତି ଆରମ୍ଭ ହୋଇଛି । ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ରତ୍ନବେଦିରେ ମହାପ୍ରଭୁଙ୍କ ଦର୍ଶନ କରିବାସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିଲେ । ସାଧାଅନ୍ନ, ମିଠାଅନ୍ନ, ଘିଅଅନ୍ନ,ଖେଚୁଡି କାନିକା, ସାଧାଡାଲି, ମିଠାଡାଲି, ଡାଲେମା ,ମସଲା ଡାଲେମା, ବେସର, ମହୁର, କଦଳୀ ,ଶାଗ ଭଜା, ପୋଟଳ ତରକାରୀ , ଫାଳସୋଲା ତରକାରୀ , ଗଜାମୁଗ ତରକାରୀ,ସନ୍ତୁଳା, ଜହ୍ନି ରାଇତା ଆଦି ମହାପ୍ରସାଦ ସେବନ କରି ଭକ୍ତ ତୃପ୍ତ । ପ୍ରଥମ ଅଭଢା ପାଇବା ପାଇଁ ଶ୍ରୀକ୍ଷେତ୍ର ବାସୀଙ୍କ ନାହିଁ ନଥିବା ଭିଡ ଲାଗିଥିବା ପରିଲିକ୍ଷିତ ହୋଇଛି । ମହାପ୍ରସାଦ ବାହକକାରୀ ମାନେ ବେତାରେ ନୀଳାଚଳ ଅଭଢା ଧରି ଉତ୍ତର ଦ୍ବାର ଦେଇ ବାହାରୁଥିବା ଦେଖିବାକୁ ମିଳିଥିଲା । ଅଭଢା ନେବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.