ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

5

କଟକ – ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଏବଂ ବିଭିନ୍ନ କିସମର ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା କୋରାପୁଟ ଜିଲ୍ଲାର ଅଗ୍ରଣା କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କର ଆଜି ଭୋର ସମୟରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ଏବଂ ଆଇଟି ଓ ଇଲେକଟ୍ରୋନିକ୍ସ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ କଟକ ବଡ ମେଡିକାଲରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କମଳା ପୂଜାରୀଙ୍କ ପୁତ୍ର ଟଙ୍କଧର ପୂଜାରୀ ଓ ଉପସ୍ଥିତ ପରିବାରବର୍ଗଙ୍କୁ ସାନ୍ତନା ପ୍ରଦାନ କରିଥିଲେ । କଟକ ଜିଲ୍ଲାପାଳ ଦାୟିତ୍ୱରେ ଥ‌ିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରମାକାନ୍ତ ରାଜ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ପ୍ରମୁଖ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସମସ୍ତ ବ୍ୟବସ୍ଥାର ସୂଚାରୁ ବନ୍ଦୋବସ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ଵାଳ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାୟ, ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ ଅନୀଲ କୁମାର ମିଶ୍ର, ଏସସିବି ମେଡିକାଲ କଲେଜର ଅଧିକ୍ଷକ ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ପ୍ରସନଜିତ୍ ମହାନ୍ତି, ଏସସିବି ମେଡିକାଲ କଲେଜର କୁଳସଚିବ ଡଃ ଅବିନାଶ ରାଉତ, ଆନାଟୋମି ବିଭାଗ ମୁଖ୍ୟ ଡାକ୍ତର ରାଜଶ୍ରୀ ବିଶ୍ବାଳ, କଟକ ସଦର ତହସିଲଦାର ଶ୍ରୀ ସୁଜୟ ପତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଶୁଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗତ ଦୁଇ ଦିନ ହେବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ । ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ ।

Leave A Reply

Your email address will not be published.