ଶସ୍ତା ରାଜନୀତି ପାଇଁ ବିଜୁ ବାବୁଙ୍କ ସ୍ମୃତି ତଥା ମହାନ୍ ଜାତୀୟ ସେବାକୁ ଅପମାନିତ କରିବାରୁ କ୍ଷାନ୍ତ ରହୁ ବିଜେପି : ସଂତୃପ୍ତ ମିଶ୍ର

5

“ଓଡିଆଙ୍କ ହୃଦୟରେ ବିଜୁ ବାବୁଙ୍କ ପାଇଁ ଯେଉଁ ସ୍ଥାନ ରହିଛି, ତାକୁ ବିଜେପି ଏଭଳି ରାଜନୈତିକ ଅଭିସନ୍ଧି ଦ୍ୱାରା ହଟାଇ ପାରିବ ନାହିଁ”

ଭୁବନେଶ୍ୱର : ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରକୁ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଭାବେ ପୁନଃନାମିତ କରିବାକୁ ଓଡିଶାର ବିଜେପି ସରକାର ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଜାଣି ମୁଁ ଅତ୍ୟନ୍ତ ଚକିତ । ଯଦି ବିଜେପିର ଡବଲ୍ ଇଂଜିନ୍ ସରକାର ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିପାରୁନି, ଅନ୍ତତଃ ଶସ୍ତା ରାଜନୀତି ପାଇଁ ପ୍ରବାଦ ପୁରୁଷଙ୍କ ସ୍ମୃତି ତଥା ତାଙ୍କର ମହାନ୍ ଜାତୀୟ ସେବାକୁ ଅପମାନିତ କରିବାରୁ କ୍ଷାନ୍ତ ରହୁ । ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର |
ବିଜୁ ବାବୁଙ୍କ ନାଁ ହଟାଇଦେଲେଶ୍ରୀ ମିଶ୍ର ତାଙ୍କ X ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ଯେ “ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଏଭଳି ବ୍ୟକ୍ତିବିଶେଷ, ଯିଏ ସମସ୍ତ ଓଡିଆଙ୍କ ବରେଣ୍ୟ , ଜଣେ ଦେଶପ୍ରେମୀ ଭାବେ ଯାହାଙ୍କ ଦେଶ ମାତୃକାର ସେବା ଏବଂ ଓଡିଶା ପ୍ରତି ଅବଦାନକୁ ଭାରତ ବାହାରେ ମଧ୍ୟ ପ୍ରଶଂସା କରାଯାଏ, ଯାହାଙ୍କ ମରଶରୀର ଉପରେ ତିନୋଟି ରାଷ୍ଟ୍ରର ଜାତୀୟ ପତାକା ରଖାଯାଇ ସମ୍ମାନ ଦିଆଯାଇଥିଲା, ସେଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ନାଁରେ ଦିଆଯାଉଥିବା ସମ୍ମାନର ନାଁ ବଦଳିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପାଉଥିବା ବ୍ୟକ୍ତିବିଶେଷ କେବଳ ସେମାନଙ୍କର ପ୍ରତିଭାର ସ୍ୱୀକୃତି ପାଉନଥିଲେ ବରଂ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ଦିଗଜଙ୍କ ନାଁରେ ଏହି ସମ୍ମାନ ମିଳୁଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ଅଧିକ ବଢିଯାଉଥିଲା । ମୁଁ ନିଶ୍ଚିତ ଯେ, ଏଭଳି ଶସ୍ତା ରାଜନୀତିକୁ କେବେ ମଧ୍ୟ ଓଡିଆ ଲୋକ ଭୁଲିବେ ନାହିଁ କିମ୍ବା କ୍ଷମା କରିବେ ନାହିଁ ।”
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ” ସମସ୍ତ ଓଡିଆଙ୍କ ହୃଦୟରେ ବିଜୁ ବାବୁଙ୍କ ପାଇଁ ଯେଉଁ ସ୍ଥାନ ରହିଛି, ତାକୁ ଏଭଳି ରାଜନୈତିକ ଅଭିସନ୍ଧି ଦ୍ୱାରା ହଟାଇ ପାରିବେ ନାହିଁ । ଛୋଟ ଚିନ୍ତାଧାରା ସହ କେବେ ମଧ୍ୟ ମହାନ୍ ସଫଳତା ହାସଲ କରାଯାଇ ପାରେ ନାହିଁ ।”

Leave A Reply

Your email address will not be published.