ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

6

କଳା, ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ କଟ୍-ଅଫ୍ ମାର୍କ ରଖି ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ୱର:ଚଳିତ ବର୍ଷ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ଆଜି ଦିନ ୧୧.୪୫ ମିନିଟରେ ପ୍ରକାଶ ପାଇଛିା ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୫.୧୭ ପ୍ରତିଶତ, ବିଜ୍ଞାନରେ ୯୧.୫୦ ପ୍ରତିଶତ ଓ ବାଣିଜ୍ୟରେ ୭୭.୦୦ ପ୍ରତିଶତ କଟ୍-ଅଫ୍ ମାର୍କ ସହିତ ସମସ୍ତ ତିନିଗୋଟି ପାଠ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛିା ରାଉରକେଲାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୪.୩୩ ପ୍ରତିଶତ କଟ୍-ଅଫ୍ ମାର୍କ ରଖି ଦ୍ୱିତୀୟ ସ୍ଥାନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୨.୩୩ ପ୍ରତିଶତ କଟ୍-ଅଫ୍ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତିା
ସେହିପରି ବିଜ୍ଞାନରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନୀଳକ=ପୁର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ୮୭.୦୦ ପ୍ରତିଶତ ଓ ୮୪.୮୩ ପ୍ରତିଶତ କଟ୍-ଅଫ୍ ମାର୍କ ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତିା ବାଣିଜ୍ୟରେ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ୭୭.୦୦ ପ୍ରତିଶତ ଏବଂ ୭୦.୦୦ ପ୍ରତିଶତ କଟ୍-ଅଫ୍ ମାର୍କ ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତିା ସେହିପରି ଉପଶାସ୍ତ୍ରୀରେ ବରଗଡ଼ସ୍ଥିତ ରାଜବୋରାସମ୍ବରରେ ଥିବା ଲାଲାଜୀ ଗୋପାଳଜୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୦.୩୩ ପ୍ରତିଶତ ଏବଂ ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡିସ୍ଥିତ ଧର୍ମଗଡ଼ର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୨.୮୩ ପ୍ରତିଶତ କଟ୍-ଅଫ୍ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତିା ଆସନ୍ତା ଜୁଲାଇ ୨୨ ରୁ ୨୭ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯାଇଛିା
ସୂଚନାଯୋଗ୍ୟ, ସମୁଦାୟ ୪,୭୬,୦୯୩ ଜଣ ପ୍ରାର୍ଥୀ ନାମଲେଖା ନିମନ୍ତେ ଆବେଦନ କରିଥିବାବେଳେ ୪,୨୬,୪୭୨ ଜଣଙ୍କର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛିା ତନ୍ମଧ୍ୟରୁ ଯଥାକ୍ରମେ କଳାରେ ୨,୭୧,୪୯୨, ବିଜ୍ଞାନରେ ୧,୧୭,୨୭୩, ବାଣିଜ୍ୟରେ ୨୪,୩୫୪, ଉପଶାସ୍ତ୍ରୀ ୮,୩୭୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୯୭୮ଜଣଙ୍କର ତାଲିକା ପ୍ରକାଶ ପାଇଛିା

Leave A Reply

Your email address will not be published.