ନର୍ଲା ରୁ ରାଜଧାନୀ କୁ ଗଲା ବିଭିନ୍ନ ଉନ୍ନୟନ ସମସ୍ୟା ଓ ଦୁର୍ନୀତି କୁ ନେଇ ଅଭିଯୋଗ

6

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ଵାଚନ ମଣ୍ଡଳୀ ଅଧୀନସ୍ଥ ନର୍ଲା ମ. ରାମପୁର, କର୍ଲାମୁଣ୍ଡା, ଓ କେସିଙ୍ଗା ଆଦି ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନେକ ବିଭାଗ ରେ ଅଧାପନ୍ତରିଆ ହୋଇ ପଡିରହିବା ଏବଂ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କଳାହାଣ୍ଡି ରୁ ଯାଇ ରାଜ୍ୟ ସରକାର ଙ୍କ ପାଖରେ ପହଞ୍ଚିଛି ସୂଚନା ଅନୁଯାୟୀ ନର୍ଲା ପ୍ରେସ ଆସୋସିଏସନ ର ସଭାପତି ଦୀପକ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଷୋହଲ ଜଣିଆ ଦଳ ଭୁବନେଶ୍ୱର ଅଭିମୁଖେ ଯାଇ ପ୍ରଥମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସାକ୍ଷାତ କରି ନର୍ଲା ନିର୍ବାଚନ ମଣ୍ଡଳୀ ରେ ବର୍ଷ ବର୍ଷ ଧରି ପଡିରହିଥିବା ଅନେକ ପ୍ରସ୍ତାବିତ ପ୍ରକଳ୍ପ ଅଧା ପନ୍ତରିଆ ହୋଇ ପଡିରହିଥିବା ଅବଗତ କରାଇଥିଲେ ତନ୍ମଧ୍ୟରେ ନର୍ଲା ଚପଟ ଖଣ୍ଡା ଠାରେ ଲୋକୋ ମେଟିଭ ବିଦ୍ୟୁତ ରେଳ ଇଂଜିନ ମରାମତି କାରଖାନା ଅନ୍ୟତମ ଅଟେ ତତ ସଙ୍ଗେ ସଙ୍ଗେ ନର୍ଲା ଠାରେ ଆଇଟିଆଇ ନର୍ସିଙ୍ଗ ଟ୍ରେନିଂ ଭଲି ବୈଷୟିକ ଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ପ୍ରେସ କ୍ଲବ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ଏବଂ ଛତିକୁଡା ଠାରୁ ନର୍ଲା କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ଓ ବ୍ରିଜ କାର୍ଯ୍ୟ ଦୀର୍ଘ ତିନିବର୍ଷ ଧରି ଅହେତୁକ ବିଳମ୍ବ ହେଉଥିବା ମଧ୍ୟ ଅବଗତ କରାଯାଇଛି ଏହି ପ୍ରତିନିଧି ଦଳ ନୂତନ ସରକାର ଙ୍କ ମନ୍ତ୍ରୀମଣ୍ଡଳ ର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଭେଟି ଶିକ୍ଷା ବିଭାଗ 5T ସ୍କୁଲ ରୁପାରନ୍ତରିକରଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ଓ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ସ୍କୁଲ ପୋଷାକ ଜୋତା ଯୋଗାଣ ରେ ହେଉଥିବା ଦୁର୍ନୀତି ଏବଂ ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ସମସ୍ତ ଦୁର୍ନୀତି ର ତଦନ୍ତ ଏକ ଉଚ୍ଚ ସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରାଯାଇଛି ଏବଂ ତା ସହିତ ଅଂଚଳର ଖଣିଜ ସମ୍ପଦ ଦୁରୁପଯୋଗ ବିଷୟରେ ମାନ୍ୟବର ଖଣିଜ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ଓ ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ଭେଟି ଦୀର୍ଘ ସମୟରଧରି ନର୍ଲା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା

ତିନି ବିଭାଗୀୟ ମନ୍ତ୍ରୀ ଙ୍କ ସମେତ ରାଜ୍ୟ ଭାଜପା ସଭାପତି ମଧ୍ୟ ନିଷ୍ଠା ଓ ହୃଦୟର ସହିତ ସମସ୍ତ ବିଷୟ ଭଲ ଭାବରେ ପଡି ତତ ସଂଲଗ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନଙ୍କୁ ଅବଗତ କରି ସମସ୍ୟା ର ସମାଧାନ ନିମନ୍ତେ ରାଜ୍ୟ ସରକାର ତତ୍ପର ଥିବା ପ୍ରକାଶ କରିଛନ୍ତି ଏବଂ ନର୍ଲା ଅଂଚଳରେ ହୋଇଥିବା ସମସ୍ତ ଦୁର୍ନୀତି ବିଷୟରେ ମଧ୍ୟ ଖୁବ କମ ସମୟ ମଧ୍ୟରେ ଆପଣ ମାନଙ୍କ ଉପସ୍ଥିତି ରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ଏବଂ ଯେତେ ପ୍ରଭାଵଶାଳୀ ବ୍ୟକ୍ତି ଓ ଅଧିକାରୀ ହେଲେମଧ୍ୟ ଦୁର୍ନୀତି ରେ ସମୃକ୍ତ ଥିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ପୃକ୍ତ ମନ୍ତ୍ରୀ ମାନେ ଦୃଢୋକ୍ତି ପ୍ରକାଶ କରିବା ସହ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ କାର୍ଯ୍ୟକୁ ଆପଣ ମାନେ ନିଷ୍ଠା ର ସହିତ ସରକାର ଙ୍କ ଦୃଷ୍ଟି କୁ ଆଣିଥିବାରୁ ଏହା ଏକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ବୋଲି କହି ନର୍ଲା ପ୍ରେସ ଆସୋସିଏସନ ସଭାପତି ସମ୍ପାଦକ ତଥା ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଥିଲେ

Leave A Reply

Your email address will not be published.