ବିଜେପୁର ରେ ଭାରତୀୟ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।

5

ପଦ୍ମପୁର :- ବିଜେପୁର S.H.G ଭବନ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଣେ ମହିଳାଙ୍କ ସମେତ ମୋଟ୍ ୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଶିବିରକୁ ସ୍ଥାନୀୟ ବିଧାୟକ ତଥା ବିଜେପୁର ଜମିଦାର ସନତ କୁମାର ଗଡତିଆ ଉଦ୍ ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପୁର ସି.ଡି.ପି.ଓ ଆମ୍ରିକେନ୍ ଏକ୍କା,ବିଜେପୁର ଚିକିତ୍ସାଳୟ ର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ମେହେର ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ମହେଶ କୁମାର ଦେବତା, ଆମର୍ଜିତ୍ ମହାନ୍ତି ଓ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀ ଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ ସକ୍ରିୟ କର୍ମକର୍ତ୍ତା ଶିବିରରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ସମସ୍ତ ରକ୍ତଦାତା ,କର୍ମକର୍ତ୍ତା ତଥା ଅତିଥି ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.