୯୬ ତମ ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ସ୍ଥାପନା ଦିବସ ପାଳନ ।

6

ଗୁଣପୁର : ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ୯୬ ତମ ସ୍ଥାପନା ଦିବସ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା , ଗୁଣପୁର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଚାଷୀ ଭାଇ ଭଉଣୀ , ଏନ୍ ଜି ଓ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଓ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ଚାଷୀ ମାନଙ୍କୁ ବୈଜ୍ଞାନିକ ଯନ୍ତ୍ରପାତି ଓ ଜ୍ଞାନ କୈାଶଳ ବିଷୟରେ ସୂଚନା ଦିଆଯିବା ପରେ ସୁଦୁର ଦିଲ୍ଲୀ ଠାରେ ଅନୁଷ୍ଠିତ ଭାରତୀୟ କୃଷି ଏଵଂ ଅନୁସନ୍ଧାନ ପରିଷଦର ୯୬ ତମ ପ୍ରତିଷ୍ଠା ଦିବସରେ ଲାଇଭ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଦେଖାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡଃ ସୁଶ୍ମୀତା ମହାନ୍ତି ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ କିସମ ଜମିରେ କିପରି ଚାଷ କଲେ ଚାଷୀ ମାନେ ଲାଭବାନ ହୋଇପାରିବେ , ଛତୁ ଚାଷ କଲେ କିପରି ଚାଷିଙ୍କ ଆୟ ଦ୍ଵିଗୁଣିତ ହୋଇପାରିବ ସ୍ଲାଇଡ୍ ମାଧ୍ୟମରେ ଦେଖାଇଥିଲେ । ବୈଜ୍ଞାନିକ ଡଃ ନାରାମ ରାମୁ ପ୍ରାକୃତିକ କୃଷି , ଜୈବିକ ପଦ୍ଧତିର ରୋଗ ପୋକ ନିୟନ୍ତ୍ରଣ ଓ ସମ୍ବନ୍ଵିତ କୃଷି ପ୍ରଣାଳୀ ପ୍ରୟୋଗ କରି ଚାଷକାର୍ଯ୍ୟ କଲେ ଚାଷୀ ମାନେ କିପରି କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଉଦ୍ୟାନ ବିଭାଗର ବୈଜ୍ଞାନିକା ଅନନ୍ଦିତା ରାୟ ବ୍ୟବସାୟିକ ଭିତ୍ତିରେ କିପରି ଫଳ, ଫୁଲ ଓ ପନିପରିବା ଚାଷ କରି ଚାଷି ଲାଭାନ୍ବିତ ହୋଇପାରିଵେ ସେ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ । ପରିଶେଷରେ କାର୍ଯ୍ୟକ୍ରମ ସହାୟକ ପରିମଳ ତରାଇ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ପରିସମାପ୍ତ କରିଥିଲେ ।

Leave A Reply

Your email address will not be published.