ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବର୍ଷା ରୁତୁରେ ସାଧାରଣତଃ ସାମାନ୍ୟ ରୁ ଭିଷଣ ବର୍ଷା ହୋଇଥାଏ। ବର୍ତ୍ତମାନ ବର୍ଷାର ପ୍ରାରମ୍ଭ ହୋଇଥିବାରୁ ସାମାନ୍ୟ ଧରଣର ବର୍ଷା ଅନୁଭୂତ ହେଉଛି, ଆଗକୁ ଆଗକୁ ବର୍ଷା ର ରୁପ ଭିଷଣ ହୋଇପାରେ। କିନ୍ତୁ ଆଜିର ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ଗଞ୍ଜାମ ଜିଲ୍ଲା ବୁଗୁଡା ନୁତନ ବସଷ୍ଟାଣ୍ତ ।
ଦୁରଦୁରାନ୍ତ କୁ ଯିବାଆସିବା କରୁଥିବା ଯାତ୍ରୀ ମାନଙ୍କ ହନ୍ତସନ୍ତ ହେଉଥିବା ଅସୁବିଧା କୁ ଲକ୍ଷ କରି ସରକାର ସ୍ଥାନିୟ ପ୍ରଶାସନ ଙ୍କ ମାଧ୍ୟମରେ ବୁଗୁଡା ସହରରେ ବହୁ ଅର୍ଥ ବିନିଯୋଗ କରି ଏକ ନୁତନ ବସଷ୍ଟାଣ୍ଡ ନିର୍ମାଣ କରାଗଲା ପରେ ସ୍ଥାନୀୟ ଲୋକଙ୍କ ମନରେ ଉଛାହ ଦେଖିବାକୁ ମିଳିଥିଲା । ତେବେ କିଏ ଜାଣିଥିଲା ନୁତନ ବସଷ୍ଟାଣ୍ତର ନିର୍ମାଣ କାର୍ଯ୍ଯ କୁ ନିମ୍ନମାନର କରିଦିଆଜାଇଛି ।ଯାହାଫଳରେ ଆଜିବି ପୂର୍ବଭଳି ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।ହେଲେ ଆଗକୁ ଆହୁରି ବଡ ବର୍ଷା ହେବାକୁ ଥିବା ବେଳେ ଏବେ ସାଧାରଣ ବର୍ଷା ହେଲେ ଆଣ୍ଠୁଏ ପାଣି ବସଷ୍ଟାଣ୍ତ ପରିସର ମଧ୍ୟରେ ଦେଖିବାକୁ ମିଳୁଛି ।ତେବେ ବର୍ତ୍ତମାନ ବର୍ଷାଦିନ ଆସିଜାଇଥିଲେ ମଧ୍ୟ ବୁଗୁଡା ସହରର ଏଯାବତ ଡ୍ରେନ ଗୁଡିକ ମଧ୍ୟ ସଫେଇ ହୋଇନଥିବା ସାଧାରଣ ରେ ଅଭିଯୋଗ ହୋଇଛି।ଯାହାଫଳରେ ବର୍ଷା ପାଣିର ଡ୍ରେନେଜ୍ ହେଉପାରୁନଥିବା ଦେଖାଦେଇଛି।, ଏଥିପ୍ରତି ଉଚ୍ଚପଦାଧିକାରି ଏହାର ଦୁଷ୍ଟି ଆକର୍ଷଣ କରି ସମସ୍ଯାର ସମାଧାନ କଲେ ହୁଏତ ଦୁରଦୁରାନ୍ତରୁ ଆସୁଥିବା ଯାତ୍ରୀମାନେ ସୁବିଧା ପାଇପାରିବେ ବୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି।