(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) । ଖଲ୍ଲିକୋଟ: ମନ୍ଦିର ମାଳିନୀ ଖଲ୍ଲିକୋଟ ଗଡ଼ ସାଙ୍ଗକୁ ଘେରି ରହିଛନ୍ତି ଚତୁଃପାର୍ଶ୍ଵରେ ପୁଷ୍କରିଣୀ । ଅମରେଶ୍ଵର ମନ୍ଦିର ର ନବୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ମନ୍ଦିର ର ଦ୍ଵାର ଦେଶର କିଛି ଦୂରରେ ଅବସ୍ଥିତ ନେଳିଆ ବନ୍ଧ। ଏହାର ପରିବେଶ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଆମ ଖଲ୍ଲିକୋଟ ର ସ୍ଥାନୀୟ ଜନସାଧାରଣ କେତେ ସଚେତନ ? ବନ୍ଧ ର ହୁଡ଼ାରେ ଚାରିପଟେ ବେଢ଼ି ରହିଛି ଗଛଲତା। ଏମିତିକା
ପରିସ୍ଥିତି ଭିତରେ ଥାଇ ପାରନ୍ତି ସରୀସୃପ ଜାତୀୟ ଜୀବ। ପୁଣି ବନ୍ଧର ହୁଡ଼ା କୁ ଲାଗି ରହିଛି ଦକ୍ଷିଣ ଭାଗରେ ରାଧାକୃଷ୍ଣ ଙ୍କ ମନ୍ଦିର।
ତାରି ପାଶେ ରହିଛି କରଣ ସାହିର ବାରିମାଳ। ଆଉ ଲୋକଙ୍କ ଘର ର ଅସନା ପାଣି ନିର୍ଗତ ହେଉଛି ନେଳିଆ ବନ୍ଧ ଭିତରକୁ, ତାହାହେଲେ ଏ ସଂକ୍ରାନ୍ତରେ କହିବାକୁ ଗଲେ ବନ୍ଧର ଜଳ କିପରି ହୋଇ ଥିବ ? ଜଣେ ଅନୁଭବି ହିଁ ଏହା
ଜାଣିପାରିବେ। ପୁଣି ବନ୍ଧର ହୁଡ଼ା ରେ ଚାଲିଛି ଗାର୍ଡ ୱଲ୍ କିନ୍ତୁ ଏହା ଏବେ ଦେଖିବାକୁ ମିଳିଛି ଅଧାପନ୍ତରିଆ। ନେଳିଆ ବନ୍ଧ ର ଚାଲିଥିବା କାର୍ଯ୍ୟକ୍ରମ କାହିଁ କି ବନ୍ଦ ହେଲା , ତାହା ଏବେ ପ୍ରଶ୍ନବାଚୀ ହେବାର ପରିଲକ୍ଷିତ ହୁଏ। ଏଅଵସରରେ ତଦନ୍ତ କରିବାକୁ ଖଲ୍ଲିକୋଟ ଜନସାଧାରଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଛନ୍ତି ।
Sign in
Sign in
Recover your password.
A password will be e-mailed to you.