କଲ୍ୟାଣସିଂ ହପୁର ରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା

6

କଲ୍ୟାଣସିଂହପୁର-ରାୟଗଡା ଜିଲ୍ଲାକଲ୍ୟାଣସିଂ ହପୁରଠାରେ ସକାଳୁ ବର୍ଷା ଲାଗିରହିଥିବା ସତ୍ତ୍ୱେ ମହାଆଡମ୍ବର ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଶେଷହୋଇଛି ।ଆଜି ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁବର୍ଷା ହେବା ପରେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଲାଗି ଥିବା ଦେଖିବାକୁ ମିଳିଛି ।ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ବିକ୍ରି କରିଥିଲେ ।ସେବାୟତ ମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳଙ୍କି ଅବତାରରେ ସୁସଜିତ କରିଥିଲେ ।ଅପରାହ୍ନ ରେ ବର୍ଷା ହେବା ପରେ ବି ଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ୫ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ ।ସନ୍ଧ୍ୟାରେ ରଥ ଶ୍ରୀମନ୍ଦିର ପାଖରେ ଲାଗିଥିଲା ।ଏହିଠାରେ ମଧ୍ୟ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ରଥ ପାଖକୁ ଆସି ବଚନୀକା ମାଧ୍ୟମରେ କଳି କରିବା ପରେ ଅଧର ପଣା ଭୋଗ ଲାଗି କରାଯାଇଥିଲା । ଶ୍ରୀ ଜଗନ୍ନାଥ ବଳଭଦ୍ର, ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିର ରେ ନବଦିନ ଧରି ରହି ସେହିଠାରେ ଦଶ ଅବତାର ଧାରଣ କରିବା ପରେ କଳଙ୍କି ଅବତାରେ ଶ୍ରୀମନ୍ଦିରକୁ ଫେରିଥିଲେ ।ବିଳମ୍ବିତ ରାତ୍ରରେ ଶ୍ରୀ ଜୀଉଙ୍କୁ ଦଇତାପତି ଓ ସେବୟତ ମିଳିତରେ ମନ୍ଦିରକୁ ନେଇଥିଲେ ।ସେଠାରେ ମଧ୍ୟ ବଚନୀକା କରିବା ପରେ ଜୀଉଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।ସେଠାରେ ଅର୍ଣ୍ଣ ଭୋଗ ଲାଗି କରାଯାଇଥିଲା । ବର୍ଷା ହେଉଥିବା ସତ୍ତ୍ୱେ ନିୟମଗିରି ପାହାଡ ର ଡଙ୍ଗରିଆ କନ୍ଧ, କଳାହାଣ୍ଡି ,କାଶୀପୁର, କୋଲନରା ଅଞ୍ଚଳର ହଜାର ହଜାର ଭକ୍ତ ଆସି ଜୀଉଙ୍କ ବାହୁଡା ଯାତ୍ରା ଦେଖିଥିଲେ ।ଏଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା ।ପୁଲିସ ନୀଳକଣ୍ଠ ବେହେରା ସମେତ ଏକ ପ୍ଲାଟୁନ ପୁଲିସ ,ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥ ଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।
ଏଥିରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ତହସିଲଦାର ରଞ୍ଜନ କୁମାର ମାନସେଠ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥଲେ ।

Leave A Reply

Your email address will not be published.