ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ ଥିଲା, ହେଲେ କିଛି ଖଲ ପ୍ରକୃତିର ଲୋକେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡକୁ ଭଙ୍ଗାରୁଜା କରିଛନ୍ତି
ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସରପଞ୍ଚ
ଝରୀଗାଁ,ନବରଙ୍ଗପୁର ତା୧୫/୦୭- ଅଶୋକ ସାହୁ, ଶାସକ ପ୍ରଶାସକ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଗଡ଼ିବା ପରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଷ୍ଟାଣ୍ଡ ତିଆରି ଚାଲିଛି |ଖରା ହଉ ଅବା ବର୍ଷା, ଯାତ୍ରୀମାନେ ସୁରକ୍ଷିତ ଭାବେ ବସଷ୍ଟାଣ୍ଡରେ ବସର ଅପେକ୍ଷା କରିବା ସହ ମାତ୍ର ୫ଟଙ୍କାରେ ବ୍ଲକ ସଦର ମହକୁମାର ଯେ କୌଣସି ସ୍ଥାନକୁ ସୁବିଧାରେ ଯାତ୍ରା କରିପାରୁଛନ୍ତି |ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ମୀ ବସ ଯୋଜନା ଅନେକ ଯାତ୍ରୀଙ୍କ ମୁଖରେ ହସ ଫୁଟେଇବାରେ ସକ୍ଷମ ହୋଇଛି |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ସର୍ବମୋଟ ୫୧ଟି ବସଷ୍ଟାଣ୍ଡ ନିର୍ମାଣ କରିବାକୁ ମଞ୍ଜୁର ହୋଇଥିବା ବେଲେ ସେଥି ମଧ୍ୟରୁ ୮ଗୋଟି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଲେ ୧୭ଟି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଓ ୨୭ଟି ବସଷ୍ଟାଣ୍ଡର ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ | ପାଲିଆ ପଂଚାୟତର ପାଉରବେଲି ଛକରେ ତିଆରି ହୋଇଥିବା ଲକ୍ଷ୍ମୀ ବସଷ୍ଟାଣ୍ଡ ନିମ୍ନ ମାନର ହୋଇଥିବା ଅଭିଯୋଗ ହେବା ପରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା | ଏହି ଅଭିଯୋଗ ଆସିବା ପରେ ତାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ସରପଞ୍ଚ ରାଧା ସାନ୍ତା |ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ ଥିଲା, ହେଲେ କିଛି ଖଲ ପ୍ରକୃତିର ଲୋକେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡକୁ ଭଙ୍ଗାରୁଜା କରି ବ୍ଲକ ପ୍ରଶାସନ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରିଛନ୍ତି |ଏହାର ଉଚିତ ତଦନ୍ତ କରି ଦୋଷୀ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ୟ ଲିଖିତ ଭାବେ ଜଣେଇଥିବା ସେ କହିଛନ୍ତି |