ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏ ଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ କହଁଲ ସିଂ ବାଗଙ୍କ ଲିଖିତ ଅଭିଯୋଗ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ( ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ଦୀର୍ଘ ୨୦ ଦିନ ହେବ ଜଳ ଯୋଗାଣ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଥିବା ଅଭିଯୋଗ ହେଉଛି। ଏହି ସମସ୍ୟା କୁ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉ ନାହିଁ ବୋଲି ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏ ଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ କହଁଲ ସିଂ ବାଗ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସିଙ୍ଗଝର ଗ୍ରାମ ଏକ ଜନ ବହୁଳ ଗ୍ରାମ ହୋଇଥିବା ବେଳେ ପାହାଡିଆ ପଥର ଚଟାଣ ଉପରେ ଏହି ଗ୍ରାମ ଅବସ୍ଥିତ। ଏଠାରେ ଥିବା ନଳକୂପ ଗୁଡିକରୁ ଆବଶ୍ୟକ ପାଣି ବାହାରୁ ନ ଥିବା ବେଳେ ଯାହାବି ବହାରୁଛି ଫ୍ଲୋରାଇଡ ଯୁକ୍ତ ଅଟେ। ଏହାକୁ ନେଇ ଅଞ୍ଚଳ ର ଜନସାଧାରଣ ଓ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସହ ଆନ୍ଦୋଳନ କରିଥିଲେ। ଏହାକୁ ବିଚାର କରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ତରଫରୁ ସିଙ୍ଗଝର ଗ୍ରାମ ବିଅଁରଭଟ୍ଟା ନିକଟରେ ବସୁଧା ଯୋଜନା ମାଧ୍ୟମ ରେ ଟାଙ୍କି ନିର୍ମାଣ କରିବା ସହ ପମ୍ପ ହାଉସ ଓ ରସାୟନ ବିଶୋଧନ ଗାର ନିର୍ମାଣ କରାଯାଇଛି। ଏହି ପମ୍ପ ହାଉସ କୁ ସିନାପାଲି ନିକଟସ୍ଥ ଉଦନ୍ତୀ ନଦୀ ରୁ ଜଳ ଯୋଗାଣ ହେଉଛି। ସିଙ୍ଗଝର ଠାରେ ବିଶୋଧନ ହୋଇ କୁସୁମଯୋର ଓ ଗୋଡାଲ ସମେତ ସିଙ୍ଗଝର ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଜଳ ଯୋଗାଣ ହୋଇଥାଏ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଜନସାଧାରଣ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଲକ୍ଷ୍ୟ ରଖିଛି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ହେଲେ ଏହାର ପରିଚାଳନା ରେ ତ୍ରୁଟି ଯୋଗୁଁ ଦୀର୍ଘ ୨୦ ଦିନ ଧରି ଜଳ ଯୋଗାଣ ବନ୍ଦ ରହିଛି। ଯାହା ଫଳରେ ଅଞ୍ଚଳ ର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ପ୍ରକାଶ ଯେ, ଏଠାରେ ଥିବା ପମ୍ପ ହାଉସ ରେ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଓ ଷ୍ଟେବିଲାଇଜର ଦିଆ ନ ଯାଇ ନିମ୍ନ ମାନର ଦିଆ ଯାଇଛି। ଯାହା ଫଳରେ ବାରମ୍ବାର ଏଭଳି ଅବ୍ୟବସ୍ଥା ଦେଖା ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପମ୍ପ ହାଉସ ନିର୍ମାଣ ବେଳେ ଗ୍ରାମର ଜନସାଧାରଣ ସେତେବେଲେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ କେହି ଶୁଣି ନ ଥିଲେ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏତେ ଜନସଂଖ୍ୟା ଥିବା ଗାଁ ରେ ନଳକୂପ ସାହା ଭରସା ହୋଇଥିବା ବେଳେ ଆବଶ୍ୟକତା ପୂରଣ ହୋଇ ପାରୁ ନାହିଁ। ଫଳରେ ବାଧ୍ୟ ହୋଇ ନଳକୂପ ର ପାଣି ଉପରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ ପାଖ ପଡୋଶୀ ଗାଁ ରୁ ସାଇକେଲ ଓ ଗାଡି ଯୋଗେ ଲୋକେ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଗ୍ରାମରେ ଲାଗି ରହିଥିବା ସମସ୍ୟା କୁ ନେଇ ଗ୍ରାମର ସଚେତନ ଯୁବକ ପମ୍ପ ହାଉସ ରେ ତାଲା ପକାଇ ରଖିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଓ ଷ୍ଟେବିଲାଇଜର ତୁରନ୍ତ ଲଗାଇବା କୁ ଦାବୀ କରିବା ସହ ରାଜରାସ୍ତା କୁ ଓହ୍ଲାଇବା ପାଇଁ ଦେବେନ୍ଦ୍ର ନାଏକ, ଦିଲୀପ ନାଗ, ଜଗନ୍ନାଥ ନାଏକ, ସୁରେଶ ମାଝି, ଲକ୍ଷ୍ମୀ ବୈଠାରୁ, ସନତ ବୈଠାରୁ, କୁମେଶ୍ଵର ମାଝି ସମେତ ଅନେକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଏ ସଂପର୍କ ରେ ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା ଙ୍କୁ ପଚାରିବାରୁ ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଛି। ଯଥା ଶୀଘ୍ର କେମିତି ସମାଧାନ ହେବ ତାହାର ଚିନ୍ତା କରଯାଇଛି।। ସବୁ ସମାଧାନ କରାଯାଇ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ