ନୂତନ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

6

ନୂଆପଡ଼ା ଜିଲ୍ଲାରୁ କଲି ମ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡିଆଳ ସହର ୩୫୩ ନମ୍ୱର୍ କଡ ରେ ଥିବା ମୋର୍ଡାନ ସାନିଟାରୀ ନୂତନ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଦାୟିତ୍ବ ରେ ଥିବା ଶ୍ରମିକ ମେଘନାଥ ବାଗ ନାମକ ଶ୍ରମିକ ଗତ ରାତ୍ରି ରେ ବିଦ୍ୟୁତ ଘାତରେ ମୃତ୍ୟୁ ହୋଇଅଛି। ସେ ଦୀର୍ଘ ୧୦ ବର୍ଷ ପୂର୍ବରୁ ପବନ କୁମାର ଖେମକା ଙ୍କ ମୋର୍ଡାନ ସାନିଟାରୀ ନାମକ ସଂସ୍ଥା ରେ କାର୍ଯ୍ୟ କରି ଆସୁଥିଲେ। ଗତ ରାତ୍ରୀରେ ବିଦ୍ୟୁତ୍ କାର୍ଯ୍ୟ ଚାଲୁଥିଲା। ମେଘନାଥ ବାଗ ରାତ୍ରି ରେ ଶୋଇବା ପାଇଁ ଆସିଥିଲେ। ବିଦ୍ୟୁତ୍ ତାର ଖୋଲା ଥିବା ନେଇ ତାଙ୍କୁ ଖବର ନଥିବା ଅନୁମାନ କରାଯାଏ। ବିଦ୍ୟୁତ୍ ତାର ସମ୍ପର୍କରେ ଆସି ମେଘନାଥ ଙ୍କ ମୃତ୍ୟୁ ହୋଇଅଛି। ଶ୍ରମିକ ମେଘନଥ ବାଗ ଖଡିଆଳ ବ୍ଲକ ତୋର୍ଲି ଗ୍ରାମର ଅଟନ୍ତି। ତାଙ୍କ ପୁଅ ଦଶରଥ ବାଗ, ତାଙ୍କ ପିତାଙ୍କ ଅସ୍ବାଭାବିକ ଭାବରେ ମୃତ୍ୟୁ ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖଡିଆଳ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଅପର ପକ୍ଷରେ ମୃତ ଶ୍ରମିକ ପରିବାରଙ୍କୁ ଆର୍ଥିକ ସହାୟତା ଦାବୀ କରୁଛନ୍ତି। ଆର୍ଥିକ ସହାୟତା ପ୍ରଦାନ ପାରେ ସ୍ଥିତ ସ୍ବାଭାବିକ ହୋଇଅଛି।ଶ୍ରମିକମାନଙ୍କ ଦଳଗତ ଜୀବନ ବୀମା କରିବା ଦ୍ବାରା ଆର୍ଥି ସହାୟତା ମିଳିବ।

Leave A Reply

Your email address will not be published.