ଚାରା ରୋପଣ କାଯ୍ୟକ୍ରମ ରେ ଭଞ୍ଜନଗର ବିଧାୟକ ସହିତ କେନ୍ଦୁଝର ସାଂସଦ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । ଫଳରେ କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ଚାରା ରୋପଣ ଦରକାର । ସେଥିନିମିତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ମାଁ ପାଇଁ ଗଛ ଟିଏ ର ସ୍ଲୋଗାନ ଦେଇ ବ୍ୟାପକ ଚାରା ରୋପଣ ଓଡ଼ିଶାରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଜୁଲାଇ ମାସ ୧୩ ତାରିଖ ରେ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ଠାରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରା ରୋପଣ କାଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥି ଓ ସଂମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ। ନିକଟସ୍ଥ ସ୍ୱଶାନ ଘାଟ ନିକଟରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଥିଲା। ପରିବେଶ ର ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରିବାସହ ଚାରା ର ଯତ୍ନ ନେବାପାଇଁ ଉପସ୍ଥିତ ଜଣ ସାଧାରଣ ଓ ଯୁବ ବର୍ଗ ଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପ୍ରଧାନ ଉପସ୍ଥିତ ରହି ଯୁବକ ସଂଘର କାଯ୍ୟଶୈଳୀ ଙ୍କୁ ପ୍ରଶଂସା କରିଥିଲେ। ସରପଞ୍ଚ ଶ୍ରୀ ଉଦ୍ଧବ ମିଶ୍ର ଯୁବକ ସଂଘ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ଗଛଟିଏ ଲଗାଇବା ସହିତ ସମସ୍ତ ଙ୍କୁ ଗଛ ଲଗାଇବା ନିମନ୍ତେ ସଚେତନତା କରିବାକୁ କହିଥିଲେ। ଏଥିସହ ଶ୍ରୀ ସନ୍ତୋଷ ତିଆଡି, ଅଯୋଧ୍ୟା ନାଥ ମହାପାତ୍ର, ନିଳମାଧବ ପାତ୍ର, ମାନସ ମହାନ୍ତି, ରବିନ୍ଦ୍ର ଗୈାଡ, ଶିବ ମହାପାତ୍ର ଙ୍କ ପରି ଅନେକ ଦଳୀୟ କର୍ମୀ ମାନେ ମଧ୍ୟ ଯୋଗଦାନ କରିଥିଲେ

Leave A Reply

Your email address will not be published.