ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୀର୍ଷକ: ମାଆ ପାଇଁ ଗଛ ଟିଏ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସମ୍ବାଦ ଓ ସତ୍ଯସାଇ ସଂଗଠନର ମିଳିତ ଆନୁକୂଲ୍ଯରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାରର ବୃକ୍ଷ କଲେଜ ପରିସରରେ ବି.ଫାର୍ମାସି, ଡି.ଫାର୍ମାସି,ନର୍ସିଂ ଓ ଡି.ଏମ.ଏଲ.ଟି ଆଦି ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାର ରୋପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜୀବ ପଣ୍ଡା ପରିଚାଳନା କରିଥିଲେ ।
ଏହିପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ନିଜ ବାର୍ତ୍ତା ମାଧ୍ୟମରେ କହିଥିଲେ ।