ପଦ୍ମପୁର :-ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପରିସ୍ଫୁଟନ କରିବା ଲକ୍ଷ୍ୟନେଇ ସ୍କୁଲ ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାରଙ୍କ ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭ କୁ ଆଖି ଆଗରେ ରଖି ଜାନୁଆରୀ ୨୦୨୪ ରୁ ଆରମ୍ଭ ହୋଇଥିବା ବ୍ଲକସ୍ତରୀୟ ପ୍ରେରଣା ଉତ୍ସବ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ଅଞ୍ଚଳ ମହାବିଦ୍ୟାଳୟର ସଂସ୍କୃତ ପ୍ରଧ୍ୟାପକ ଶ୍ରୀ ପ୍ରଭାତ କୁମାର ମହାପାତ୍ର ମୁଖ୍ୟଅତିଥି, ଅର୍ଥନୀତି ଅଧ୍ୟାପିକା ଡ ସୁଶ୍ରୀ ମମତାମୟୀ ଗୁରୁ, ଶ୍ରୀ ରାଜେଶ ଖମାରୀ ଓ ଶ୍ରୀ ପ୍ରମୋଦ ନାଥ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଥମେ ମୁଖ୍ୟଅତିଥିଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସମସ୍ତ ଅତିଥି ପ୍ରେରଣା ଉତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ। ଏହି ଉତ୍ସବରେ ମୋଟ ଛଅଟି ବିଭାଗ ଯଥାକ୍ରମେ କବିତାରଚନା, ଗଳ୍ପଲିଖନ, ପ୍ରବନ୍ଧ, କଣ୍ଠସଙ୍ଗୀତ,ଚିତ୍ରାଙ୍କନ ଓ ହସକୌତୁକ ପ୍ରତିଯୋଗୀତାରେ ବ୍ଲକର ମୋଟ ୬୦ ଜଣ ଛାତ୍ରଛାତ୍ରୀ ଭାଗନେଇ ଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗୀମାନେ ହେଲେ ସ୍ମିତା ଶ୍ରୀୟା ମେହେର, ଶକ୍ତିସ୍ୱରୂପା ପଣ୍ଡା, ସାହିଲ୍ୟା ସମ୍ଭାଵୀ ପଟ୍ଟନାୟକ, ହିତେଶ୍ୱରି ପଧାନ, ଅଲିଭା ବାରିକ, ପ୍ରତ୍ୟୁଷ ମିଶ୍ର, ସୁଜିତ ବାରିକ, ମହମ୍ମଦ ୟାକୁବ,ଶୁଭମ୍ ମେହେର ଓ ତୁଷାର ଭୋଇ ଏମାନେ ଆସନ୍ତା ଜୁଲାଇ ୨୦ ତାରିଖରେ ପାଇକମାଳ ନବୋଦୟ ବିଦ୍ୟାଳୟରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବେ।
ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସୋନାଲିକା ଶବର, ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍, ସୁଶ୍ରୀ ପ୍ରଭାସିନୀ ସା, ସୁଶ୍ରୀ ପ୍ରଭାତୀ ପଟ୍ଟନାୟକ, ଶ୍ରୀମତୀ ପୂଜାରାଣୀ ନାୟକ, ଶ୍ରୀ ରବି ଶଙ୍କର ପ୍ରଧାନ, ଶ୍ରୀ ଗୋବିନ୍ଦ ସାହୁ ଓ ଶ୍ରୀମତୀ ସୁକୁମାରୀ ତାଣ୍ଡି ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ।ଶେଷରେ ସୁଶ୍ରୀ ବୃନ୍ଦାବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.