-
ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
-
୫୮ ଗୋଟି ସବଡିଭିଜନରେ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟଧାରାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଜି କୃଷି ବିଭାଗ ତରଫରୁ ରାଜ୍ୟର ୫୮ ଗୋଟି ସବ୍ଡିଭିଜନରେ ଏଲ୍ଇଡି ଭିଡିଓ ୱାଲ କାର୍ଯ୍ୟକ୍ଷମ କରାଯାଇଛିା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶନିବାର ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏହି ଭିଡିଓ ୱାଲର ଶୁଭ ଉଦ୍ଘାଟନ କରି କହିଲେ ଯେ କୃଷି ଓ ଚାଷୀ ଭାଇମାନଙ୍କ ମଧ୍ୟରେ ସୂଚନା ପ୍ରସାର ପାଇଁ କୃଷି ବିଭାଗର ଏହି ପଦକ୍ଷେପ ସମଗ୍ର ଭାରତ ବର୍ଷରେ ପ୍ରଥମା
ଏଭଳି ଅଭିନବ ପ୍ରୟାସ ପାଇଁ ସେ ବିଭାଗର ପ୍ରମୁଖ ଶାସନ ସଚିବ, ସମସ୍ତ ନିର୍ଦ୍ଦେଶକ ଓ ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲୋ ବିଭାଗର ସମସ୍ତ କଲ୍ୟାଣକାରୀ ଯୋଜନା, ଚାଷ ସମ୍ବନ୍ଧୀୟ ସମସ୍ତ ଅଦ୍ୟତନ ସୂଚନା ଓ ଉପଲବ୍ଧ ସୁବିଧାଗୁଡିକ ଏହି ଭିଡିଓ ଓ୍ୱାଲ ମାଧ୍ୟମରେ ଚାଷୀ ଭାଇମାନେ ଜାଣି ପାରିବୋ
ଏହାର ଲାଭ ଉଠାଇବା ପାଇଁ ରାଜ୍ୟର ସମସ୍ତ ଚାଷୀ ଭାଇଭଉଣୀମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ଦେଓ ଅନୁରୋଧ କରିଥିଲୋ ଏହି ଭିଡିଓ ୱାଲ କାର୍ଯ୍ୟକାରୀ ହେବା ଦ୍ୱାରା ବିଭାଗର ଦାୟିତ୍ୱ ଆହୁରି ବଢିଗଲା ବୋଲି କହିବା ସହିତ ରାଜ୍ୟ, ଜିଲ୍ଲା ଓ ସମସ୍ତ ଡିଭିଜନ ସ୍ତରର ଅଧିକାରୀମାନେ ଏ ଦିଗରେ ଯନିବାନ ହୋଇ କୃଷିକ୍ଷେତ୍ରରେ ବୃହତ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲୋ
ଉଦ୍ଘାଟନ ଅବସରରେ ବିଭିନ୍ନ ସବଡିଭିଜନରୁ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ଚାଷୀ ଭାଇଭଉଣୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କଥା ହେବା ସହ ସରକାରଙ୍କ ଯୋଜନାଗୁଡିକରୁ ସେମାନେ ଉପକୃତ ହେଉଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲୋ ଏହି କ୍ରମରେ ଆଭାସି ମାଧ୍ୟମରେ ଯୋଡି ହେଇଥିବା କଟକ, ନୟାଗଡ, ଭୁବନେଶ୍ୱର ଏବଂ ପାଟଣାଗଡର ଚାଷୀ ଭାଇଭଉଣୀମାନଙ୍କ ସହିତ ଆଲୋଚନା କରିଥିଲୋ
ପ୍ରାରମ୍ଭରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ମନ୍ତ୍ରୀଙ୍କୁ ଏହି ଉଦ୍ଘାଟନୀ ସମାରୋହକୁ ସ୍ୱାଗତ କରିବା ସହ ଏଲଇଡି ଭିଡିଓ ଓ୍ୱାଲ ସ୍ଥାପନର ଉଦ୍ଦେଶ୍ୟ ଓ ଏଥିରୁ ଉପଲବ୍ଧ ସୁବିଧା ସମ୍ବନ୍ଧରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲୋ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସଚିବ ଡ. ପାଢୀ ଧନ୍ୟବାଦ ଅର୍ପଣ କରିଥିଲୋ ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ପଦାଧିକାରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲୋ