ଭୁବନେଶ୍ୱର, ତା.୧୩/୦୭: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବାଲେଶ୍ୱର ଜିଲ୍ଲା ସୋର ବିଧାନସଭା ନିର୍ବାଚନ ମଣ୍ଡଳୀର ମାଟିଆମଙ୍ଗଳା ମଣ୍ଡଳ ସଭାପତି ସନାତନ ଦାସ, ଦାଣ୍ଡକାଳୀ ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ମହାଳିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜାରାମ ମହାପାତ୍ର, ସୋର ଗଣମାଧ୍ୟମ ସଂଯୋଜକ ପ୍ରକାଶ ମାଝୀ, ବାସୁଳିି ମଣ୍ଡଳ ପୂର୍ବତନ ସାଧାରଣ ସମ୍ପାଦକ ଶରତ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତିକାନ୍ତ ମହାପାତ୍ର, କେଶରୀପୁର ଗ୍ରାମ ପଂଚାୟତ ସରପଂଚ ନରେନ୍ଦ୍ର ବିଶ୍ୱାଳ, କେଶରୀପୁର ଗ୍ରାମ ପଂଚାୟତ ସମିତି ସଭ୍ୟ ମୁକେଶ ମଲ୍ଲିକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.