ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ SHG ଭବନ ଠାରେ ଜ଼ିଲ୍ଲାସଭାପତି ଅରୂପା ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ଏଥିରେ ମୁଖ୍ୟଅତିଥି ତଥା ସମୀକ୍ଷକ ନବରଙ୍ଗପୁର ର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ ଜ଼ିଲ୍ଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ, ବିଧାନସଭା ନିର୍ବାଚନ ସଂଯୋଜକ ମଦନ ଦୀପ ଓ ଭାରତୀୟ ଜନତା ପାର୍ଟି ର ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଉକ୍ତ ବୈଠକ ରେ ଅତିଥିମାନଙ୍କ ଓ କର୍ମକର୍ତା ମାନଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷାତ ହେବା ସହ ବିଜେପୁର ନିର୍ବାଚନ ମଣ୍ଡଳୀ ର ଉନ୍ନତିମୂଳକ କାର୍ଯ୍ୟକରୀ ବିକାଶଧାରା କିପରି ଆଗକୁ ବଢିବ ସେ ବିଷୟରେ ପାଇଁ ଆଲୋଚନା ହୋଇଥିଲା l ସାଧାରଣ ସମ୍ପାଦକ ମହେଶ ଦେବତା ଆଗାମୀ 17-07-2024ବୁଧବାର ଦିନ ଏକ ବ୍ଲକସ୍ତରୀୟ ହେବାକୁଥିବା ରକ୍ତଦାନ ଶିବିର କୁ ବହୁମାତ୍ରାରେ ଯୋଗଦାନ କରି ରକ୍ତଦାନ ଶିବିର ରେ ସହଯୋଗ କରି ସଫଳ କରିବାକୁ ଅନୁରୋଧ କରିଥିଲେ l ଓ ଶେଷରେ ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.