ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

5

ଭୁବନେଶ୍ୱର: ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଶିଷ୍ଟ ବାଲୁକା ଶିଳ୍ପୀ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି। ସେ ଓଡ଼ିଶାର ଓ ସାରା ଦେଶର ଗର୍ବ ଓ ଗୌରବ।

ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ସେ ବାଲୁକା କଳାରେ ନିଜର ପରାକାଷ୍ଠା ଦେଖାଇ ଚାଲିଛନ୍ତି। ଆଗାମୀ ଦିନରେ ସେ ଆହୁରି ପ୍ରତିଷ୍ଠା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.