ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ରୀତିନୀତିରେ ଝଲସୁଛି ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

5

ବିଶ୍ୱ ଦେଖୁଛି ଶ୍ରୀଜଗନ୍ନାଥଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ କୌତୁହଳ ସୃଷ୍ଟି କରୁଛି ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକା

ପୁରୀ/ଭୁବନେଶ୍ୱର: ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀଙ୍କ ରୋଷ ଓ ରଥଭଙ୍ଗା ପରେ ଦକ୍ଷିଣାମୋଡ଼ ନେଇଛନ୍ତି ରଥତ୍ରୟା ଆଷାଢ ଶୁକ୍ଲ ନବମୀରେ ବଡଭାଇ ଶ୍ରୀବଳଭଦ୍ର ଏବଂ ଅଲିଅଳୀ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥା ଓଡିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ ଅନୁଷ୍ଠିତ ହେବ ସୁନାବେଶା ମୋକ୍ଷପ୍ରାପ୍ତି ଆଶାରେ ଦୀର୍ଘ ଏକ ବର୍ଷ ଧରି ଅପେକ୍ଷାରତ ଅଶରୀରୀ ଏବଂ ନିମ୍ନଯୋନୀରେ ଜନ୍ମ ନେଇଥିବା ପ୍ରାଣୀମାନଙ୍କ ଉଦ୍ଦେଶ୍ୟରେ ତା’ ପରଦିନ ଅର୍ପଣ କରାଯିବ ଅଧରପଣାା ଶେଷରେ ନୀଳାଦ୍ରିବିଜେ ସହିତ ଶେଷ ହେବ ଚଳିତ ବର୍ଷର ରଥଯାତ୍ରାା
ପୁରୀର ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାର ଫଟୋସମୂହ ସହିତ ଫଟୋଚିତ୍ରଗୁଡିକ ସହିତ ଉତ୍ତମ ସାମଞ୍ଜସ୍ୟ ରଖି ପୁରାତନ ରଚନାରୁ ସଂଗୃହିତ କବିତା ପଂକ୍ତିଗୁଡିକା କବିତା ପଂକ୍ତି “ଦ୍ୱାଦଶ ବିବିଧ ସ୍ୱର୍ଣ୍ଣ ଅଳଙ୍କାର କଟିମାଳା ଅଣ୍ଟାସୂତା, କିରୀଟୀ କୁଣ୍ଡଳ, ରନି ଗଳାମାଳ, ମସ୍ତକେ ମୁକୁଟ ଶୋଭା’ ବଡଠାକୁର ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବିଧ ସ୍ୱର୍ଣ୍ଣ ଅଳଙ୍କାର ସହିତ ସୁନାବେଶର ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟକୁ ବ୍ୟାଖ୍ୟା କରୁଛିା ସେହିପରି, ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକାର ପ୍ରଥମ ପଂକ୍ତି “ନଅ ଦିନ ପରେ ହେ ବ୍ରହ୍ମାଣ୍ଡ ପତି କିପରି ଆସିଲ ଫେରି, ଆଉ କେଉଁ ଦିଗ ବାକି ରହିଲା ହେ ଦେଖିଚା କି ନାହିଁ ହରି’ ଓ ଶେଷ ପଂକ୍ତି “ଦାଣ୍ଡରେ ପଡ଼ିଣ ହାଟରେ ଗଡିଲା ତୁମର ସେ ରାଗଋଷା, କହନ୍ତି ସମସ୍ତେ ମାଇପ ଡରୁଆ ହେବି କେତେ ଲୋକହସା’ ଗୌରବମୟ ଓଡିଆ ଅସ୍ମିତାର ପରିଚୟ ପ୍ରଦାନ କରିବା ସହିତ ଜନମାନସରେ କୌତୁହଳ ସୃଷ୍ଟି କରୁଛିା ବ୍ରିଟିଶ ଶାସନ ସମୟରେ ତତ୍କାଳୀନ ଚିତ୍ରକରମାନଙ୍କ ଦ୍ୱାରା ରଥଯାତ୍ରାକୁ ନେଇ ଅଙ୍କିତ ଚିତ୍ରର ଫଟୋଗୁଡ଼ିକ ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରୁଛିା ପ୍ରଦର୍ଶନୀ ମଣ୍ଡପ ମଧ୍ୟରେ ସ୍ଥାପିତ ଭିଡିଓ ଓ୍ୱାଲରେ ପ୍ରଦର୍ଶିତ ହେଉଛି ଅତି ପୁରାତନ “ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରା
ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକମାନେ ସେସବୁକୁ ଅତି ଆଗ୍ରହର ସହିତ ଉପଭୋଗ କରିବା ସହିତ ସବୁଦିନ ପାଇଁ ସ୍ମୃତି ରୂପେ ରଖିବାକୁ ପ୍ରଦର୍ଶନୀ ବୋର୍ଡଗୁଡିକ ନିକଟରେ ନିଜର ଓ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ଫଟୋ ଉତ୍ତୋଳନ କରୁଛନ୍ତିା

Leave A Reply

Your email address will not be published.