ନୂଆପଡ଼ା ଜିଲ୍ଲାରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡିଆଳ ଏନଏସିୱାର୍ଡ ନମ୍ବର ୧୩ ଗାନ୍ଧୀନଗର ରେ ଥିବା ସରକାରୀ ଏଏନଏମ ସେଣ୍ଟର ଭୁତ କୋଠି ରେ ପରିଣତ ହୋଇଯାଇଛି | ଆଜ କୁ ଦୁଇ ବର୍ଷ ତଲେ ଗାନ୍ଧୀନଗର ଅମ୍ବେଦକର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରେଥିବା ରାସ୍ତା ଉପରେ ସରକାରୀ ଏଏନଏମ ସେଣ୍ଟର ଖୋଲା ହୋଇଛି ସତ, ହେଲେ ବିଲଡିଂ ନିର୍ମାଣ ଦିନ ଠାରୁ ଆଜିଯାଏ ଦିନେ ମଧ୍ୟ ଏଏନଏମ ସେଣ୍ଟର ଖୋଲା ହୋଇ ନାହିଁ | କେବଳ କାଗଜ କଲମ ରେ ସେଣ୍ଟର ଚାଲିଛି ଓ ଏଏନଏମ ଦାୟିତ୍ବ ରେ ମହିଲା ସ୍ବାସ୍ଥ୍ୟ କର୍ମି ଘରେ ବସି ସରକାର ଙ୍କ ଦରମା କୁ ବଡ ବାବୁ ମାନଙ୍କୁ ହାତବାରିଶି କରି ରାଧେ ରାଧେ ଅଧେ କରି ଆତ୍ମଶାତ କରୁଛନ୍ତି | ସେଣ୍ଟର ଟି ଦିନେ ହେଲେ ଖୋଲା ଯାଇନଥିବା ରୁ ଏଏନଏମ ସେଣ୍ଟର ଚାରି ଆଡେ ଅନାବନା ଗଛ ଗୁଡିକ ଉଠି ଏବେ ସେଣ୍ଟର ଟି ଭୁତ କୋଠି ରେ ପରିଣତ ହେଇଯାଇଛି | ଏହି ସେଣ୍ଟର ଟି ଆରମ୍ବ ହେଲେ ଗାନ୍ଧୀନଗର ସମେତ ଆଖପାଖ ବିଜେପୁର ସହ ଅନ୍ୟାନ୍ୟ ଗାଂ ଲୋକମାନେ ମାଗଣା ରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ,ଏଏନଏମ ଖୋଲିବା ନେଇ ସ୍ଥାନୀୟ ଲୋକ ମାନେ ଖଡିଆଳ ଏନଏସି ଚେୟାରମେନ ଠାରୁ ନେଇ ଏସଡିଏଚ ଇନଚାର୍ଜ ସମେତ ବିଭାଗୀୟ ଅଧିକାରୀ ସିଡିଏମ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଜଣାଇ ଆସୁଥିଲେ ହେଁ କୌଣସି ଫଳ ପ୍ରଦ ହେଉନଥିିବା ରୁ ବାଧ୍ୟ ହୋଇ ଗାନ୍ଦି କ୍ଲବ ର ଯୁବକ ମାନେ ଆସନ୍ତା ଶୁକ୍ରବାର ଦିନ ସେଣ୍ଟର କୁ ଲାଗିଥିବା ମୁଖ୍ୟ ରାସ୍ତା କୁ ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି,ଖଡିଆଳ ଏସଡିଏଚ ଇନଚାର୍ଜ ଡ.ରଂଜିତ ରାଉତକୁ ପଚାରିବା ରେ ସେଣ୍ଟର ସମସ୍ୟା ଉପରେ ସେ ଅବଗତ ଅଛନ୍ତି | ଅତିଶିଘ୍ର ଏଏନଏମ ସେଣ୍ଟର ଖୋଲିବା ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି |
Sign in
Sign in
Recover your password.
A password will be e-mailed to you.