ମଣ୍ଡିରେ ଚାଷୀ ଯେପରି ହଇରାଣ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ମନ୍ତ୍ରୀନ୍କ ନିର୍ଦ୍ଦେଶ

6

ଖରିଫ୍ ଧାନ କ୍ରୟ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମନ୍ୱୟ ବୈଠକ

 “ମଣ୍ଡିକୁ ଆସୁଥିବା ସବୁ ଚାଷୀ ମଣ୍ଡିରେ ସମସ୍ତ ମୌଳିକ ସୁବିଧା ନିଶ୍ଚିତ କର ” 

ଭୁବନେଶ୍ୱର:ଆଗାମୀ ଖରିଫ ଋତୁରେ ଧାନକ୍ରୟ ନେଇ ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟରେ ଥିବା ମଣ୍ଡି ଏବଂ ଧାନକ୍ରୟ ସଂପର୍କିତ ପ୍ରଚଳିତ ବ୍ୟବସ୍ଥା ସଂପର୍କରେ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲୋ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ଯେପରି ସମସ୍ତ ଚାଷୀ ଧାନ ବିକି୍ର କରିପାରିବେ ଏବଂ ମଣ୍ଡିକୁ ଧାନ ଆଣୁଥିବା ଚାଷୀ ଯେପରି ହଇରାଣ ହରକତ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ
Imageପ୍ରତ୍ୟେକ ମଣ୍ଡି ସାଙ୍ଗରେ ଗୋଟିଏ କିମ୍ବା ଦୁଇଟି ମିଲର୍ସଙ୍କୁ ସଂଯୋଗ କରି ସେମାନଙ୍କ ଗାଡି ଠିକ୍ ସମୟରେ ମଣ୍ଡିକୁ ପହଞ୍ଚିବା ଏବଂ ଠିକ୍ ସମୟରେ ଧାନ ଉଠିବା ନେଇ ସୁନିଶ୍ଚିତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ ଯେହେତୁ ସମବାୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ କ୍ରୟରେ ଜଡିତ, ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଚାଷୀମାନେ ଯେପରି ସୁବିଧାରେ ଧାନ ବିକ୍ରୟ କରିପାରିବେ ଏବଂ ମଣ୍ଡିକୁ ଆସୁଥିବା ଚାଷୀ ମଣ୍ଡିରେ ସମସ୍ତ ମୌଳିକ ସୁବିଧା ପାଇପାରିବେ ସେଥିନେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ
Imageଏହି ବୈଠକରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ଓଡ଼ିଶା ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସାକ୍ସେନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ଥିଲୋ

Leave A Reply

Your email address will not be published.