ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ବର୍ଷର ଇତିହାସ ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ଏକ ପାଠଚକ୍ରର ଆୟୋଜନ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ଯକ୍ଷା ଡ. ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ସେମିନାର୍ ର ଉଦ୍ଦେଶ୍ୟ ତଥା ଉପାଦେୟତା ସଂପର୍କରେ ବୁଝାଇଥିଲେ। ସେହିଭଳି ବିଭାଗୀୟ ମୁଖ୍ୟ ଡ.ଭାରତୀ ପାଣିଗ୍ରାହୀ ଆୟୋଜିତ ନିବନ୍ଧ ‘ନେପୋଲିୟନନ’ଙ୍କ ସଂପର୍କରେ ଆଲୋକପାତ କରିବା ସହ ଛାତ୍ର ଜୀବନରେ ପାଠଚକ୍ରର ଆବଶ୍ୟକତା ସଂପର୍କରେ ବୁଝାଇ କହିଥିଲେ।
ପ୍ରାରମ୍ଭିକ ସଂଗୀତ ଗାନ ପରେ ସୁଶ୍ରୀ ଅରଣ୍ୟା ଦାସ ଏବଂ କବିତା ମଣ୍ଡଳ ନେପୋଲିୟନଙ୍କ ଶାସନ ସଂସ୍କାର ସଂପର୍କୀୟ ନିବନ୍ଧଟି ପାଠ କରିଥିଲେ। ଶେଷରେ ଧନ୍ୟବାଦ ସହ ସଭାକାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଏବଂ ତୃତୀୟ ବର୍ଷ ଛାତ୍ରୀମାନେ ଯୋଗ ଦେଇଥିବା ବେଳ ସୁଶ୍ରୀ ମଧୁସ୍ମିତା ପ୍ରଧାନ , ରଶ୍ମି ବାରିକ , ଅଶ୍ଵିନୀ , ପୂର୍ଣ୍ଣବାସୀ , ଲୟମି, ରୁନୁ ରଇତ ଓ ଶୁଶ୍ରୀଳା ଶବର ପ୍ରଭୃତି ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.