ରାୟଗଡା: ୨୦୨୩-୨୪ ଆର୍ଥିକ ବର୍ଷରେ ଡି. ଏସ.ଇ.( ଓଡିଶା) ଯୁଗ୍ମସମ୍ପାଦକଙ୍କ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟକୁ କ୍ରୀଡା କ୍ଷେତ୍ରରେ ସମ୍ମାନ ପ୍ରଦାନ କରାଯାଇଥିଲା
ସେଥିରେ ପ୍ରଥମ ଥର ରାୟଗଡା ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ହିସାବରେ ପ୍ରଥମଥର ପାଇଁ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ମନୋନୀତ ହୋଇଥିଲା ଏବଂ ପୁରସ୍କାର ରାଶି ବାବଦରେ ୧୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ଏହି ରାଶି ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର. ବସନ୍ତ କୁମାର ନାୟକ ଦ୍ଵାରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ନମିତା ପଧାନଙ୍କୁ ପ୍ରଦାନ କରାଯାଇଥିଲା ଏଥିରେ ପ୍ରକାଶ ଥାଉ କି ବିଦ୍ୟାଳୟର ୫୫ ଛାତ୍ର ଛାତ୍ରୀ ଏ ବର୍ଷ ବିଭିନ୍ନ କ୍ରୀଡ଼ାରେ ରାଜ୍ୟ ସ୍ତରରେ ଭାଗ ନେଇ ପୁରସ୍କାର ଅର୍ଜନ କରିଛନ୍ତି ଏବଂ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲା ରୁ ବକ୍ସିଂ ପ୍ରତିଯୋଗିତାରେ ୪ ଜଣ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିଲେ ଏହି ସଫଳତା ପଛରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସୁନିଲ କୁମାର ମହାନ୍ତ (ରାଜ୍ୟ ସ୍ତରିୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ) ଙ୍କର ପ୍ରଚେଷ୍ଟା ଏବଂ ନିରନ୍ତର ପ୍ରଶିକ୍ଷଣ ସଫଳତା ଆଣିଛି
ଏହି ଅବସରରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ବିଦ୍ୟାଲୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଲୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭିବାଦନ ଦେବା ସହ ଚଳିତ ବର୍ଷ ପାଇଁ ଶୁଭେଚ୍ଛା କାମନା କରିଥିଲେ ତାଙ୍କର ଏ ଭଳି କୃତିତ୍ୱ ପାଇଁ ରାୟଗଡା ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ, କ୍ରୀଡାବିତ୍ ଓ ବୁଦ୍ଧିଜିବୀମାନେ ଭୂରି ଭୂରି ପ୍ରସଂଶା କରିଥିଲେ
Sign in
Sign in
Recover your password.
A password will be e-mailed to you.