ମାନସିକ ଭାଂଗିବା ପରେ ଲୋକଙ୍କ ଦୁଃଖ ସୁଖ ବୁଝିଲେ ବିଧାୟକ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର କିମ୍ଭରଖଣି ଗ୍ରାମ ରେ ଥିବା ମାଁ ବ୍ରାହ୍ମଣୀ ଦେବୀ ଙ୍କ ପବିତ୍ର ସ୍ଥାନ ରେ ବର୍ତ୍ତମାନ ର ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ନିର୍ବାଚନ ଫଳାଫଳକୁ ନେଇ ଏକ ୧୦୮ ନଡ଼ିଆ ବାଡେଇବା ର ମାନସିକ ରଖିଥିଲେ ।

ଆଜି ତଥା ୧୧.୦୭.୨୦୨୪ ତାରିଖ ଗୁରୁବାର ଅପରାହ୍ନ ତିନିଟା ରେ ସେ ମାଁ ଙ୍କ ପବିତ୍ର ସ୍ଥାନ ରେ ପହଞ୍ଚିଥିଲେ ଓ ମାନସିକ ପୂରଣ ପୂର୍ବକ ୧୦୮ ନଡ଼ିଆ ଭାଂଗି ମାନସିକ ଭାଂଗି ଥିଲେ। ଏଥିସହ କିମ୍ଭାରଖଣି ଗ୍ରାମ ରେ ଥିବା ଶ୍ରୀ ହନୁମାନ ମନ୍ଦିର ଠାରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏବଂ ଗାୟଗଣ୍ଡା ସ୍ଥିତ ମା କଳାପାଟ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଦେଇଥିଲେ । ଏହା ସହ କାଳିଆଝୋଲା ଏବଂ କିମ୍ଭରଖଣୀ ଗ୍ରାମ ଲୋକ ଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଏବଂ ଦୁଃଖ ବୁଝିଥିଲେ । ବରିଷ୍ଠ ଆଇନଜୀବୀ ତଥା ଗାୟଗଣ୍ଡା ପଞ୍ଚାୟତ ର ବିଜେପି ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଓ ସମସ୍ତ ବିଜେପି କର୍ମୀ ମାନେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।

Leave A Reply

Your email address will not be published.