ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ଆଜି ( ଗୁରୁବାର ଦିନ) ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଆୟୋଜିତ ହୋଇଯାଇଛି।
ଏହି ଶୋକ ଶୋଭାରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କୁମାର ମହାନ୍ତି , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ଫୁଷ୍ଫ ଅର୍ପଣ କରିଥିଲେ। ଜଣେ ଦାୟିତ୍ୱ ସମ୍ପନ୍ନ , ନିଷ୍ଠାପର ଏବଂ ଦକ୍ଷ ବରିଷ୍ଠ ପ୍ରଶାସକ ଭାବେ ସ୍ୱର୍ଗତ ଦାସ ପରିଚିତ ଥିଲେ। ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିଜର ଉତ୍ସର୍ଗକୃତ ସେବା ପାଇଁ ସେ ଜନତାଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ତାଙ୍କର ପରିବାରକୁ ସଦା ସର୍ବଦା ପ୍ରଭୁ ଶ୍ରୀ ଜଗନ୍ନାଥ ଶକ୍ତି ଦେବା ସହିତ ସହାୟ ହୁଅନ୍ତୁ ବୋଲି ଅଧିକାରୀ ଏବଂ କର୍ମଚାରୀ ମାନେ କାମନା କରିଥିଲେ ଏବଂ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.